ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପୁଣି ଭାରତକୁ ୨ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ ଏହି ଇଭେଣ୍ଟର ବ୍ରୋଞ୍ଜ ଜିତି ପାରିଥାନ୍ତା, କିନ୍ତୁ ପ୍ରବୀଣ ଚିତ୍ରାଭେଲ ବରମୁଡାର ପେରିଞ୍ଚେଫଙ୍କଠାରୁ ଅଳ୍ପ ବ୍ୟବଧାନରେ ପଛରେ ପଡ଼ିଯାଇଥିଲେ।
ଏଲଡୋଜ ପଲ ୧୭.୦୩ ମିଟର ଦୂରତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଅବଦୁଲ୍ଲା ୧୭.୦୨ ମିଟର ଡେଇଁ ଦୁଇ ନମ୍ବରରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଟ୍ରିପଲ ଜମ୍ପରେ ଭାରତ ୨ ପଦକ ଜିତିଛି। ଏହାସହଭାରତୀୟ ସ୍ପ୍ରିଣ୍ଟର ସନ୍ଦୀପ କୁମାର ୧୦୦୦୦ ମିଟର ରେସୱାକରେ ବ୍ରୋଞ୍ଜ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୬ରେ ପହଞ୍ଚିଛି। ଏଥିରେ ୧୬ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୧୮ଟି ବ୍ରୋଞ୍ଜ ଅଛି।

Comments are closed.