କଲେଜରେ ଅଧ୍ୟାପକଙ୍କ ଗୁଣ୍ଡାରାଜ, ଭଡାଟିଆ ଗୁଣ୍ଡା ଡାକି କଲେଜରେ କରିବାକୁ ଚାହୁଁଥିଲେ ଗଣ୍ଡଗୋଳ..

କଲେଜରେ ଅଧ୍ୟାପକଙ୍କ ଗୁଣ୍ଡାରାଜ, ବନ୍ଧୁକ ଧାରୀ ଭଡାଟିଆ ଗୁଣ୍ଡା ଡାକି କଲେଜରେ କରିବାକୁ ଚାହୁଁଥିଲେ ଗଣ୍ଡଗୋଳ..ପୋଲିସ ହାତରେ ଧରାପଡ଼ି ଗଲେ ମାମୁଁଘରକୁ..
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସୁଥିବା ଜଗତସିଂହପୁରର ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳରେ..ସୂଚାନୁସାରେ ଗତ ଶନିବାର ଦିନ କଲେଜରେ କମର୍ସ ବିଭାଗ ପକ୍ଷରୁ ଏକ ସେମିନାର ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା…ଏଥିରେ ପୂର୍ବରୁ କଲେଜରେ ଅଧିକ 124 ଜଣ ଛାତ୍ର ଛାତ୍ରୀକୁ ମିଛ ଆଡ୍ମିସନ କରିଥିବା ଅଭିଯୋଗରେ କଲେଜର ସବୁ ଦାୟିତ୍ୱରୁ ବହିଷ୍କାର ହୋଇଥିବା ଅଧ୍ୟାପକ ଡ଼ ଧୀରେନ ମହାନ୍ତି ଉତକ୍ଷିପ୍ତ ହୋଇଯାଇଥିଲେ..ଯାହା ଫଳରେ ଦୁଇ ଅଧ୍ୟାପକଙ୍କ ମଧ୍ୟରେ ବଚସା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା…ତେବେ ଗତକାଲି ଅଧ୍ୟାପକ ଡ଼ ଧୀରେନ ମହାନ୍ତିଙ୍କ କଥାରେ ପଡି ଛାତ୍ରଛାତ୍ରୀମାନେ ସେମିନାର କରାଇଥିବା ଅଧ୍ୟାପକ ଜଗନ୍ନାଥ ବେହେରାଙ୍କୁ କଲେଜରୁ ବହିଷ୍କାର କରିବା ଦାବିରେ କଲେଜ ଗେଟରେ ତାଲାପକାଇ ଦେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା..ଏନେଇ କଲେଜ ପ୍ରିନସିପାଲ ପୋଲିସ୍କୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ପିଲାଙ୍କୁ ବୁଝସୁଝା କରିଥିଲେ..ସେହି ସମୟରେ ପୋଲିସକୁ ଏକ ଧଳା ରଙ୍ଗର ସ୍କୋର୍ପିଓରେ ଅଧ୍ୟାପକ ଡ଼ ଧୀରେନ ମହାନ୍ତିଙ୍କ ସହ ଜଣେ ଡ୍ରାଇଭର ଏବଂ ପାଞ୍ଚଜଣ ଅଣ କଲେଜ ବ୍ୟକ୍ତି ମାନେ ଥିବା ଦେଖିବାକୁ ପାଇଥିଲେ …ତଦନ୍ତ କରିବାରୁ ସେମାନଙ୍କ ମଧ୍ୟରୁ ସୁନୀଲ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ ବନ୍ଧୁକ ଓ 6 ରାଉଣ୍ଡ ଗୁଳି ଜବତ କରିଥିଲା ପୋଲିସ …ପରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଥାନାକୁ ନେଇ ପଚାର ଉଚରା କରିବାରୁ, କଲେଜରେ ଅପ୍ରୀତିକର ପରିସ୍ଥିତି ଘଟାଇବା ଉଧେଶ୍ୟରେ ଅଧ୍ୟାପକ ଡ଼ ଧୀରେନ ମହାନ୍ତି, ପାଞ୍ଚଜଣ ବନ୍ଧୁକ ଧାରୀ ଭଡାଟିଆ ଗୁଣ୍ଡା ଡାକିଥିଲେ ବୋଲି ଜଣାପଡିଥିଲା..ପୋଲିସ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରିବା ସହିତ ଅଧ୍ୟାପକ ଡ଼ ଧୀରେନ ମହାନ୍ତି ସହ 6 ଜଣଙ୍କୁ କୋର୍ଟ ଚାଲାଣ କରିଥିଲା …ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ମହେଶ୍ୱର ତ୍ରିପାଠୀଙ୍କ ରିପୋର୍ଟ ମହକ ଟିଭି ନିଉଜ

Comments are closed.