ଏପରି ସଫା କରନ୍ତୁ ପାଣି ବୋତଲ

କୁହାଯାଏ ଜଳ ହିଁ ଜୀବନ । ଖାଦ୍ୟ ବିନା ମଣିଷ ବଞ୍ଚି ପାରିବ କିନ୍ତୁ ଜଳ ବିନା ନୁହେଁ। ଏମିତି କି ଯେତେବେଳେ ବି ଲୋକମାନେ ନିଜ ଘରୁ ବାହାରକୁ ଯାଆନ୍ତି, ସେମାନେ ସାଙ୍ଗରେ ପାଣି ବୋତଲ ନେଇଯାଆନ୍ତି। ଏହା ମଧ୍ୟ ଆମେ ଦେଖିଛେ ଯେ ଅଧିକ ଦିନ ପାଣି ବୋତଲ ବ୍ୟବହାର କଲେ ତାହା ମଇଳା ହୋଇଯାଏ । ଏପରି ପରିସ୍ଥିତିରେ ଅନେକ ଜୀବାଣୁ ଲାଗି ଯାଆନ୍ତି । ବୋତଲ ସଫା କରିବା ଏକ ବଡ କାମ ନୁହେଁ । ସହଜ ଓ ଘରୋଇ ଉପୟରେ ଆମେ ଏହାକୁ ସଫା କରିପାରିବା । ତେବେ ଆଜି ଆସନ୍ତୁ ଜାଣିବା ଏହାକୁ କିପରି କରିବା ।

ଗରମ ପାଣି ସାହାଯ୍ୟରେ ଅନେକ ଜିନିଷ ସଫା କରାଯାଇପାରିବ । ଏଥିରେ ଆପଣ ବୋତଲ ବି ସଫା କରିପାରିବେ । ବୋତଲକୁ ସଠିକ୍ ଭାବରେ ସଫା କରିବା ପାଇଁ 1 ରୁ 2 ଚାମଚ ଡିସ୍ ସାବୁନ୍ ଗରମ ପାଣିରେ ମିଶାନ୍ତୁ। ରାତି ସାରା ବୋତଲକୁ ଏହି ପାଣିରେ ବତୁରାଈ ରଖନ୍ତୁ। ଏହା ପରେ ସକାଳେ ଭଲ ପାଣିରେ ବୋତଲ ଧୋଇ ଶୁଖାଇ ଦିଅନ୍ତୁ ।ଏପରି କଲେ ଦେଖିବେ ବୋତଲ ସଂପୂର୍ଣ୍ଣ ସଫା ହୋଇଯିବ।

ଲୁଣ, ଲେମ୍ବୁ ଏବଂ ବରଫ

ବୋତଲ ସଫା କରିବା ପାଇଁ ଆପଣ ଲେମ୍ବୁ, ଲୁଣ ଏବଂ ବରଫ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରଥମେ ଏକ କପ୍ ପାଣି ବୋତଲରେ ଢାଳନ୍ତୁ ଏବଂ ତା’ପରେ ଲେମ୍ବୁ ରସ ଏବଂ ଲୁଣ ମିଶାନ୍ତୁ । ଏବେ ପାଣି ବୋତଲରେ କିଛି ବରଫ ରଖନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବରେ ମିଶାନ୍ତୁ ଏବଂ ସେପରି ଛାଡିଦିଅନ୍ତୁ। ଏହା ଆପଣଙ୍କ ବୋତଲକୁ ଭଲ ଭବରେ ସଫା କରିଦେବ।

ଭିନେଗାର ଏବଂ ବେକିଂ ସୋଡା

ଭିନେଗାର ଏବଂ ବେକିଂ ସୋଡା ବ୍ୟବହାର କରି ଆପଣ ଗ୍ଲାସ୍ କିମ୍ବା ପ୍ଲାଷ୍ଟିକ୍ ବୋତଲ ମଧ୍ୟ ସଫା କରିପାରିବେ। ଏଥିପାଇଁ ବୋତଲରେ 2 ଚାମଚ ଭିନେଗାର ଏବଂ 1 ଚାମଚ ବେକିଂ ସୋଡା ମିଶାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ ବୋତଲ ସଫା କରିବା ପାଇଁ ଏକ ବୋତଲ ବ୍ରଶ ବ୍ୟବହାର କରନ୍ତୁ। ଏହା ସାହାଯ୍ୟରେ ବୋତଲର ପ୍ରତ୍ୟେକ ଅଂଶ ସହଜରେ ସଫା ହୋଇପାରିବ। ଅନେକ ଥର ବୋତଲର ତଳ ଅଂଶରେ ମଇଳା ଲାଗି ରହିଥାଏ, ଯେଉଁ କାରଣରୁ ଜୀବାଣୁ ବୃଦ୍ଧି ହୋଇଥାଏ। କିନ୍ତୁ ଏହି ମଇଳାକୁ ବ୍ରଶ୍ ଦ୍ୱାରା ସହଜରେ ସଫା କରାଯାଇପାରିବ ।

Comments are closed.