ଯୁଦ୍ଧ ଚାହେଁ ନାହିଁ ଚାଇନା

ନୂଆଦିଲ୍ଲୀ: ଚୀନ୍‌ ଓ ଭାରତ ସୀମା ପରିସ୍ଥିତିରୁ ସୃଷ୍ଟ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ବି ଦୁଇ ଦେଶ ମଧ୍ୟରୁ କେହି ଯୁଦ୍ଧ କିଂବା ସଂଘର୍ଷ ଚାହାନ୍ତି ନାହିଁ ବୋଲି ଚୀନା ଦୂତାବାସରେ ଥିବା ଉପରାଷ୍ଟ୍ରଦୂତ ମା ଜିଆ ବୁଧବାର ଦିନ କହିଛନ୍ତି।

ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ବଡ଼ ଜଟିଳ ବୋଲି ମା କହିବା ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ସହମତିରେ ଉପନୀତ ହେବା ସହଜ ହେଉ ନ ଥିବାରୁ ଦୁଇ ଦେଶ ‘ୱାର୍କିଙ୍ଗ୍‌ ମେକାନିଜମ୍‌ ଫର୍‌ କନ୍‌ସଲ୍‌ଟେସନ୍‌ ଆଣ୍ଡ୍‌ କୋଅପରେସନ୍‌’ ଏବଂ ବରିଷ୍ଠ କମାଣ୍ଡର୍‌ସ୍ତରୀୟ ବୈଠକ ମାଧ୍ୟରେ ଆଲୋଚନା କରୁଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଥିବା ଚୀନ୍‌ର ରାଷ୍ଟ୍ରଦୂତ ସୁନ୍‌ ୱେଇଡୋଙ୍ଗ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଭାରତରୁ ଚାଲିଯାଇଛନ୍ତି। ତେଣୁ, ନୂଆଦିଲ୍ଲୀରେ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞା ମା ଉପରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।

Comments are closed.