ନୂଆବର୍ଷରେ ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର
ଭୁବନେଶ୍ୱର, ବ୍ୟୁରୋ ରିପୋର୍ଟ : ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ନୂଆବର୍ଷ ପୂର୍ବରୁ ଶେଷ ହେଉଥିଲେବି ତାଙ୍କୁ ମଧ୍ୟ ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ । ଆଂଚଳିକ ବିକାଶ, ପର୍ଯ୍ୟଟନ, କୃଷି ବିପଣନ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ ଅନେକ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର ଭାବେ ସଫଳତାର ସହ କର୍ଯ୍ୟ କରିଛନ୍ତି।
ଏହା ସହ ଉନ୍ନୟନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ହିଁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Comments are closed.