କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି,୧୪ ।୧: କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତିି ମୁଖ୍ୟମନ୍ତ୍ରୀ । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
ଏହା ସହ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୮୬.୭୧ କୋଟି ଟଙ୍କା ବ୍ୟୟରେ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି । ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହେବ । ଜଳସେଚନ ପ୍ରକଳ୍ପରୁ ପ୍ରାୟ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ବାସିନ୍ଦାମାନେ ଉପକୃତ ହେବେ । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ୬୫ ନେତା ଉପସ୍ଥିତ ରହିଛନ୍ତି ।
ତେବେ ୨୦୮୫ କୋଟିର ପ୍ରକଳ୍ପ ଉଦ୍ଘାଟନ ଉତ୍ସବରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଭିଭାଷଣରେ କହିଛନ୍ତି ଯେ, ‘ଲୋକେ କଳାହାଣ୍ଡିକୁ ଭୋକର ଭୂଗୋଳ, ଅନ୍ଧାରୀ ଇଲାକା କହୁଥିଲେ । କିନ୍ତୁ କଳାହାଣ୍ଡି ଏବେ ସବୁଜ, ସଫଳ ଓ ଆଲୋକିତ, ଉଜ୍ବଳ ହୋଇଛି। ୬୧ କୋଟିର ବିଦ୍ୟୁତ ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଛି । କଳାହାଣ୍ଡି ଏକ ଭାତହାଣ୍ଡି ଓ ଗୁଡ଼ହାଣ୍ଡିରେ ପରିଣତ ହୋଇଛି। ‘
Comments are closed.