ଅନ୍ଧବିଶ୍ୱାସର ଶିକାର ହୋଇ ୨୨ରୁ ଉର୍ଦ୍ଧ ଶିଶୁଙ୍କୁ ଚେଙ୍ଗ

ଆଧୁନିକତା ଯେତେ ଉପରକୁ ଗଲେ ମଧ୍ୟ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଯାଉନାହିଁ । ସେହିପରିି ଏକ ଅନ୍ଧବିଶ୍ୱାସର ଝଲକ୍ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପାଡ଼ାହାଣ୍ଡି ଗ୍ରାମରେ, ଯାହାର ଶିକାର ହୋଇଛନ୍ତି ଛୋଟ ଛୋଟ ଶିଶୁ । ସୂଚନା ଅନୁସାରେ, ଏହି ଗ୍ରାମର ପୁରୁଣା ପରମ୍ପରା ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଜନ୍ମରୁ ୭ ବର୍ଷ ଯାଏଁ ଶିଶୁଙ୍କୁ ଚେଙ୍ଗ ଦିଆଯାଇଥାଏ । ଅନ୍ଧବିଶ୍ୱାସ ଅଛି କି ଚେଙ୍ଗ ଦେବା ଦ୍ୱାରା ରୋଗବୈରାଗ ସବୁ ଛାଡି ପଳାଇଯାଏ । ଏନେଇ ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ଦିନରେ ୨୨ରୁ ଉର୍ଦ୍ଧ ଶିଶୁଙ୍କୁ ଚେଙ୍ଗ ଦିଆଯାଇଛି । ଏହି ପ୍ରଥାକୁ ବନ୍ଦ କରିବାପାଇଁ ପ୍ରଶାସନ ଯେତେ ପ୍ରଦକ୍ଷେପ ଗ୍ରହଣ କଲେବି ମାନୁଛି କିଏ ?

Comments are closed.