ଲକ୍ଷାଧିକ ଟଙ୍କା ଠକେଇ ନେଇ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ
କୁଜଙ୍ଗ(ଦିପା ରାଣୀ ରାଉତ) : ବନ୍ଦର ନଗରୀ ପାରାଦୀପରେ ଡ୍ରମ୍ପର ନିୟୋଜିତ କରିବାକୁ ନେଇ ୪ ଲକ୍ଷରୁ ଉର୍ଧ୍ଵ ଟଙ୍କା ନେଇଥିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ଗାଡି ନଲାଗିବାରୁ ଟଙ୍କା ଫେରସ୍ତ ମାଗିବାରୁ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ । ଏନେଇ ଅଟଳବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ନମରେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ରଘୁନାଥପୁର ଗୋକୁଳ ଗ୍ରାମର ଚଣ୍ଡି ପ୍ରସାଦ ସିଂ । ତେବେ ଟଙ୍କା ଦେବାର ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଗାଡି ଲଗାଇବାକୁ ନେଇ ବାରମ୍ବାର ତାରିଖ ପରେ ତାରିଖ ଗଡ଼ାଇ ଚାଲୁଥିଲେ । ମାତ୍ର ନିରାଶ ହୋଇ ଚଣ୍ଡୀପ୍ରସାଦ ଭଦ୍ରଲୋକଙ୍କ ସାହାଯ୍ୟ ନେଇ ୨୦୧୮ ମସିହାରେ ଏକ ଚୁକ୍ତିପତ୍ର ମାଧ୍ୟମରେ ଅଜିତ ଦାସ ଚଣ୍ଡୀପ୍ରସାଦଙ୍କୁ ପଚାଶ ହଜାର ଟଙ୍କା ଦେଇଥିଲେ ଏଥିସହିତ ଅବଶିଷ୍ଟ ୩ ଲକ୍ଷ ନବେ ହଜାର ଟଙ୍କା ପାଇଁ ୮ ମାସ ସମୟ ନେବା ସହିତ ୮ ଟି ଚେକ ପ୍ରଦାନ କରିଥିଲେ l ଭଦ୍ରଲୋକ ଙ୍କ ଉପସ୍ଥିତି ରେ ୮ ମାସ ସମୟ ନେଇଥିବା ଅଜିତ ଦାସ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନ କରିବା ସହିତ ଧରା ଛୁଆଁ ଦେଉନଥିଲେ l ତେବେ ଗତ ୧୯ ତାରିଖ ଦିନ ଚଣ୍ଡୀପ୍ରସାଦ ପାରାଦୀପ ଆସିଥିବା ସମୟରେ ପାରାଦୀପ ମାଉସୀମା ମନ୍ଦିର ନିକଟରେ ଅଜିତ ଦାସ ବାଇକରେ ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ ଯାଉଥିବା ଦେଖି ଚଣ୍ଡୀପ୍ରସାଦ ଅଜିତ ଦାସ ଙ୍କୁ ଅଟକାଇବା ସହିତ ନିଜ ଟଙ୍କା ମାଗିବାରୁ ଅଜିତ ଦାସ ପ୍ରତିକ୍ରିୟାଶିଳ ହୋଇପଡିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ । ବ୍ୟକ୍ତି ଜଣକ ଚଣ୍ଡୀପ୍ରସାଦଙ୍କୁ ଦୁଇ ଗୋଇଠା ମାରିବା ସହିତ ଆଗକୁ ଟଙ୍କା ମାଗିବାରୁ ନିବୃତ ହେବାକୁ କହିବା ସହ ଟଙ୍କା ମାଗିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ।ଶେଷରେ ଟଙ୍କା ଦେଇ ନ ପାଇବା ପରେ ମାଗିବାରୁ ନିଜ ଜୀବନ ପ୍ରତି ବିପଦ ଥିବା କାରଣରୁ ପାରାଦୀପ ଆଦର୍ଶ ଥାନାରେ ନ୍ୟାୟ ଭିକ୍ଷା ପାଇଁ ଅଜିତ ଦାସଙ୍କ ନାମରେ ଏତଲା ଦେଇଛନ୍ତି ଚଣ୍ଡୀପ୍ରସାଦ ସିଂ।
Comments are closed.