କେଜରିବାଲଙ୍କ ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ

ଜିଲ୍ଲା ମୁଖ୍ୟ ସଚିବଙ୍କୁ ଅସତ ବ୍ୟବହାର କରିଥିବା ଅଭିଯୋଗରେ ଆଜି ଦିଲ୍ଲୀ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଓ ୧୧ ଜଣ ବିଧାୟକଙ୍କ ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଦୋଷୀ ସାବ୍ୟସ୍ତ ହେଲେ କେଜରିବାଲ, ସିସୋଡ଼ିଆ ଓ ଅନ୍ୟ ୧୧ ଜଣ “Aap” ବିଧାୟକଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି “Aap” ପକ୍ଷରୁ କୁହାଯାଇଛି ଯେ “ଏଭଳି ଚାର୍ଜସିଟ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଦେଇଛି । ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ, ଅତୁଳକ ଓ ହାସ୍ୟାସ୍ପଦ” ।

Comments are closed.