ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ଼, ଦ୍ୱାରା ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର : ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ(ECORWWO), ଖୋର୍ଦ୍ଧା ରୋଡ଼, ଦ୍ୱାରା ଅଫିସର କ୍ଲବରେ, ପ୍ରବନ୍ଧ ଏବଂ ସ୍ପଟ୍ ପେଣ୍ଟିଂ / ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରା ଯାଇଥିଲା| ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା କୁ ବୃଦ୍ଧି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ରୋଡ଼ ଡିଭିଜନର ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗତ ମାସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ମହିଳା କଲ୍ୟାଣ ସଂଗଠନର (ECORWWO) ସଭାନେତ୍ରୀ, ଉଭୟ ପ୍ରତିଯୋଗିତାର ବିଜେତାମାନଙ୍କୁ, ପୁରସ୍କାର ଏବଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ | ସମୁଦାୟ 36 ପିଲା ସାର୍ଟିଫିକେଟ୍ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଗ୍ରହଣ କରିଥିଲେ |
ଶ୍ରୀମତୀ ସୀମା ପନ୍ଵର୍, ମହିଳା କଲ୍ୟାଣ ସଂଗଠନ ର ଉପ-ସଭାନେତ୍ରୀ, ଶ୍ରୀମତୀ ପଲ୍ଲବୀ ଚୈ।ହାନ, ମହିଳା କଲ୍ୟାଣ ସଂଗଠନର ସଚିବ ଏବଂ ମହିଳା କଲ୍ୟାଣ ସଂଗଠନର ଅନ୍ୟ ସଦସ୍ୟ ମନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |

Comments are closed.