ଅମ୍ରାପଲି ଗ୍ରୁପର ଏମଡି ଅନୀଲ ଶର୍ମାଙ୍କ ନାଁ ରେ ମାମଲା
ନୂଆଦିଲ୍ଲୀ:ଦୀର୍ଘ ୯ ବର୍ଷ ତଳର ହତ୍ୟା ମାମଲାରେ ଫସିଛନ୍ତି ଅମ୍ରାପଲି ଗ୍ରୁପର ଏମଡି ଅନୀଲ ଶର୍ମା। ତାଙ୍କ ନାଁରେ ଗୋଟିଏ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଆଉ ୫ ଜଣଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ୯ ବର୍ଷ ତଳେ ଅର୍ଥାତ ୨୦୧୪ ମସିହା ଅଗଷ୍ଟ ୮ ତାରିଖରେ ଏମାନେ ବିହାରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିହାରର ଲଖିସରାଇ ଠାରେ ଥିବା ବାଳିକା ବିଦ୍ୟାପୀଠର ତତ୍କାଳୀନ ସମ୍ପାଦକ ଡ. ଶରଦ ଚନ୍ଦ୍ରଙ୍କୁ କ୍ୟାମ୍ପସ ଭିତରେ ଥିବା ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା।
ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ପାଟନା ହାଇକୋର୍ଟ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ଏବେ ସିବିଆଇ ଅନୀଲ ଶର୍ମା ଓ ଆଉ ୫ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ସବିଆଇ କହିଛି ଯେ ଶିକ୍ଷାନୁଷ୍ଠାନର ଜମି ଓ ସମ୍ପତ୍ତି ହଡ଼ପ କରିବା ଏକମାତ୍ର ଲକ୍ଷ୍ୟ ଥିଲା। ଶିକ୍ଷାନୁଷ୍ଠାନର ଜମି ଓ ଅନ୍ୟ ସମ୍ପତ୍ତି ଅନୀଲ ଶର୍ମା ଅନ୍ୟ କିଛି ଲୋକଙ୍କ ସହାୟତାରେ ଦଖଲ କରିଥିଲେ। ଏଥିପାଇଁ ଶରଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା।