ପ୍ରଚାର ଆଉ ସାମିଲ ହେବେ ନାହିଁ ପିଲା, ରୋକ୍ ଲଗାଇଲେ ନିର୍ବାଚନ କମିଶନର

ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। କିଏ କେମିତି ପ୍ରଚାର କରିବେ ସେଥିପାଇଁ ତାଲିକା ବି ରେଡ୍ଡୀ ହୋଇଗଲାଣି। ତେବେ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କୁ ଏଭଳି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଇସି।

ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ କୌଣସି ବି କାମରେ ଛୋଟ ପିଲା କିମ୍ବା ନାବାଳିକା ନାବାଳକଙ୍କୁ ବ୍ୟବହାର କରପାରିବେ ନାହିଁ। କେବଳ ସେତିକି ନୁହେଁ ପ୍ରଚାର ବେଳେ ପିଲାଙ୍କୁ ପ୍ରାର୍ଥମାନେ କୋଳରେ ଧରିବେ ନାହିଁ କି ଗାଡିରେ ବସାଇ ରାଲି କରିପାରିବେ ନାହିଁ। ସୋମବାର ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି

 

Comments are closed.