ଜାନୁୟାରୀ ୩୧ରୁ ସଂସଦରେ ବଜେଟ୍ ଅଧିବେଶନର
ନୂଆଦିଲ୍ଲୀ : ଜାନୁଆରି ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ଅଧିବେଶନ ହେବ ଏବଂ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏହି ସୂଚନା ଦେଇଛନ୍ତି।
୬୬ ଦିନର ଅବଧି ମଧ୍ୟରେ ୨୭ଟି କାର୍ଯ୍ୟଦିବସ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖରେ ବଜେଟ ଉପସ୍ଥାପନ କରିବେ। ସୀତାରମଣ ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଅନ୍ୟପକ୍ଷେ ମାର୍ଚ୍ଚ ୧୩ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ।
Comments are closed.