ହତାଶ ପ୍ରେମିକର ଉନ୍ମତ୍ତ ହତ୍ୟାକାଣ୍ଡ

ଭବାନିପାଟଣା : ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମ ବିଫଳ ହେବାରୁ ସେଅତାନ ସାଜିଲା ପ୍ରେମିକ । ପ୍ରେମ ବିଫଳ ହେବାରୁ ହତ୍ୟାକାଣ୍ଡ ଭିଆଇଛନ୍ତି ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଣ୍ଟା ଗାଁରେ ଘଟିଯାଇଛି । ହତାଶ ପ୍ରେମିକର ମରଣାନ୍ତକ ଆକ୍ରମଣରେ ମାଆ ମୃତ୍ୟୁବରଣ କରିବା ସହ ଝିଅ ଗୁରୁତର ହୋଇଛନ୍ତି । ପୋଖରୀରୁ ଗାଧୋଇ ସାରି ମାଆ ଓ ଝିଅ ଫେରୁଥିବା ସମୟରେତିଲକ ନାଏକ ନାମକ ଜଣେ ଯୁବକ ସେମାନଙ୍କୁ ଛୁରାରେ ଆକ୍ରମଣ କରିଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମାଆ ଯୁବକର ଆକ୍ରମଣର ଶିକାର ହୋଇଥିଲେ ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଡାକ୍ତର ମାଆଙ୍କୁ ମୃତ ଘୋଷଣା କରିଥିଲେ । ଏକତରଫା ପ୍ରେମରେ ବିଫଳ ହୋଇ ପ୍ରେମିକ ଏହି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ତିଲକ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.