ଦୁଇ ଦିନ ଧରି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର- ଆଜି ବଣିକ ସଂଘ ପକ୍ଷରୁ ବଲାଙ୍ଗୀରରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଦୁଇ ଦିନ ଧରି ଚାଲୁରହିବ । ଏଥିରେ ନାଗରିକ କମିଟି, ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଓ ଜିଲ୍ଲା କଂଗ୍ରେସ ସାମିଲ ହୋଇଛି । ପ୍ରକାଶ ଯେ, ଗଲା ୫ଦିନ ଭିତରେ ସଡକ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଟ୍ରକ୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ପରେ କ୍ଷତିପୂରଣ ଦାବି ଓ ବାଇପାସ ରାସ୍ତା ନିର୍ମାଣ ଲାଗି କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିବା ବେଳେ ଆଜି ତାହା ଆହୁରି ତେଜିଥିଲା । ଏହାକୁ ନେଇ ଆଜି ସ୍କୁଲ, କଲେଜ, ଅଫିସ, ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଆସନ୍ତା ୧୦ ତଥା ଆସନ୍ତାକାଲି ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି ।

Comments are closed.