ଇସ୍କନ ମନ୍ଦିର ସାମ୍ନାରେ ଜବର ଦଖଲ ଉଚ୍ଛେଦ
ଭୁବନେଶ୍ୱର ନୟାପଲ୍ଳୀ ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ଆଜି ବିଏମସି ଓ ବିଡିଏ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଇସ୍କନ ମନ୍ଦିର ସାମ୍ନାରେ ଥିବା ବହୁ ପୁରୁଣା ସମାଧି ପୀଠକୁ ଉଚ୍ଛେଦ କରିବା ପାଇଁ ଜୋରସୋରରେ ଲାଗିପଡିଛି ବିଏମସି । ଉଚ୍ଛେଦ କାର୍ଯ୍ୟରେ ୩ଟି ଜେସିବି ଲାଗିଥିବାବେଳେ ଘଟଣାସ୍ଥଳରେ ଲୋକମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ଯାହାକୁ ଧ୍ୟାନରେ ରଖି ପୋଲିସ ପକ୍ଷରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ, ୨୦୧୫ ମସିହାରେ ବେଆଇନ ନିର୍ମାଣକୁ ନେଇ ଇସ୍କନକୁ ନୋଟିସ୍ ଦେବା ପରେ ଅଧା ଉଚ୍ଛେଦ ହୋଇଥିଲା । ପୁନଃ ଉଚ୍ଛେଦ ପାଇଁ ଗତ ୨୫ ତାରିଖରେ ଇସ୍କନକୁ ନୋଟିସ୍ ଦିଆଯାଇଥିଲା, ଯାହାଫଳରେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।
Comments are closed.