ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

ଓଡିଶାରେ ବସବାସ କରୁଥିବା ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ଖୁସି ଖବର ଆଣିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଆଗରୁ କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପରେ ସନ୍ତୁଷ୍ଟ ନ ହୋଇ ମୁଖ୍ୟମନ୍ତ୍ରୀ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଆସନ୍ତା ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତ ଦିନରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ୟ୍ୟକ୍ରମ ମାଧ୍ୟମରେ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ଘୋଷଣା କରିଛନ୍ତି ନବିନ । ୨୦୦୮ରୁ ଗରିବ ଲୋକଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବେ ଲୋକମାନଙ୍କ ଅପେକ୍ଷା ରହିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଉପରେ ।

Comments are closed.