କୋର୍ଟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ
ଆଠଗଡ(ସନ୍ତୋଷ ବଳବନ୍ତରାୟ) : କଟକ ଜିଲ୍ଲା ନରସିଂହପୁର କୋର୍ଟ ପରିସରରେ ଆଜି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରୀତିଶ ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲା ବେଳେ ବ୍ଲକ ଚେୟାରମ୍ୟାନ କିଶୋର ମିଶ୍ର ଓ ସମ୍ବାଦ ପ୍ରତିନିଧି ସୁରେଶ ମହାନ୍ତି ଓ ଓକିଲ ସଂଘ ର ସଭାପତି ନିର୍ମଳେନ୍ଦୁ ମିଶ୍ର ଓ ସାମ୍ବାଦିକ ସଙ୍ଘ ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।ଆଜି ଏହି ରକ୍ତଦାନ ଶିବିରରେ 26 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ସମ୍ବାଦ ଓ ଆମ ଓଡ଼ିଶା ର ମୁଖ୍ୟ ଶ୍ରୀଯୁକ୍ତ ସୋମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କୁ କୋର୍ଟ ପରିସରରେ କରାଯିବ ବୋଲି ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ମିଶ୍ର ସୂଚନା ଦେଇଛନ୍ତି |
Comments are closed.