ଚାଇନାରେ ପାୱାର ବ୍ୟାଙ୍କ ବିସ୍ଫୋରଣର ଭାଇରାଲ ଭିଡିଓ
ଚାର୍ଜରେ ଲାଗି ଫୋନର ବିସ୍ଫୋରଣ କଥା ତ ଆଗରୁ ବହୁତ ଶୁଣିଥିବେ । ପରନ୍ତୁ ପାୱାର ବ୍ୟାଙ୍କର ବିସ୍ଫୋରଣ ପ୍ରଥମେ ଘଟିଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଚାଇନାର ବସରେ ଯାତାୟତ କରୁଥିବା ଏକ ବ୍ୟକ୍ତି ନିଜ ବ୍ୟାଗରେ ପାୱାର ବ୍ୟାଙ୍କ ରଖିଥିଲେ, ହଠାତ୍ ତାହା ଫୁଟି ଯିବାରୁ ସର୍ବତ୍ର ଧୂଆଁମୟ ହୋଇଯାଇଥିଲା । ପରନ୍ତୁ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତମାନଙ୍କର କିଛି ବି ଅସୁବିଧା ହୋଇନଥିଲା । ଘଟଣା ପଛର କାହାଣୀ ଏବେ ବି ଅସ୍ପଷ୍ଟ । ଆସନ୍ତୁ ଦେଖିବା ଏହାର ଝଲକ ।
Comments are closed.