ଦୁଇ ରାଜ୍ୟରେ ଆସନ ବାଣ୍ଟିବ ବିଜେପି

ପାଖେଇ ଆସୁଛି ଲୋକସଭା ନିର୍ବାଚନ। କାହାକୁ କେଉଁଠାରୁ ଟିକେଟ୍ ମିଳିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଏହାରି ମଧ୍ୟରେ ଗତକାଲି ବିଜେପି ରାତି ସାଢେ ଏଗାରଟାରୁ ସକାଳ ୪ଟା ପର୍ଯ୍ୟନ୍ତ ବୈଠକ କରିଛି। ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ତାଲିକା ଆସିବା ନେଇ ଚର୍ଚ୍ଚା ହେଉଥିବା ବେଳେ ୩ ରାଜ୍ୟରେ ଏନଡିଏର ସହଯୋଗୀ ଦଳଙ୍କୁ ଆସନ ବାଣ୍ଟିଛି ବିଜେପି।

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ, ଆସାମ ଏବଂ ଝାଡ଼ଖଣ୍ଡରେ ବିଜେପି ଓ ସହଯୋଗୀ ଦଳ ମଧ୍ୟରେ ଅଙ୍କ ଛିଡ଼ିଛି। ଦଳ ଉତ୍ତର ପ୍ରଦେଶରେ ୬ଟି, ଆସାମରେ ୩ଟି ଏବଂ ଝାଡ଼ଖଣ୍ଡରେ ଗୋଟିଏ ଆସନ ବଣ୍ଟନ କରିବାର ସମ୍ଭାବନା ରହିଛି।

ଉତ୍ତରପ୍ରଦେଶରେ ଅପ୍ନା ଦଳ (Soneylal) ଏବଂ ରାଷ୍ଟ୍ରୀୟ ଲୋକ ଦଳ (RLD) ପ୍ରତ୍ୟେକ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେହିପରି ନିଶାଦ ପାର୍ଟି ଏବଂ ଓମ ପ୍ରକାଶ ରାଜଭାରଙ୍କ ନେତୃତ୍ୱାଧୀନ ସୁହେଲଦେବ ଭାରତ ସମାଜ ପାର୍ଟି (SBSP)କୁ ଗୋଟିଏ ଲେଖାଏଁ ଆସନ ବଣ୍ଟନ କରିବାର ସମ୍ଭାବନା ରହିଛି। ।

ଆସାମର ଗଣ ପରିଷଦ (ଏଜିପି)କୁ ଦୁଇଟି ସିଟ୍ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (UPPL)କୁ ଦଳ ଗୋଟିଏ ସିଟ୍ ଦେଇପାରେ। ଝାଡ଼ଖଣ୍ଡରେ ବିଜେପି ଏନଡିଏ ସହଯୋଗୀ ଅଲ ଝାଡ଼ଖଣ୍ଡ ଛାତ୍ର ସଂଗଠନ (AJSU) ପାଇଁ ଗୋଟିଏ ଆସନ ଛାଡିବାର ସମ୍ଭାବନା ରହିଛି। ହରିଆଣା ବିଜେପି ସୂତ୍ର ଅନୁଯାୟୀ, ଦଳ ଏଠାରେ କୌଣସି ପ୍ରକାର ସିଟ୍ ଶାୟାରିଂ କରିବ ନାହିଁ, ସମସ୍ତ ୧୦ ଲୋକସଭା ଆସନରେ ନିର୍ବାଚନ ଲଢିପାରେ।

Comments are closed.