ବିଜେପି ଜାରି କଲା ସଂକଳ୍ପ ପତ୍ର

ରାଜ୍ୟ ଭାଜପା ପକ୍ଷରୁ ସୋମବାର ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଆ ସଂକଳ୍ପପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନମୋହନ କହିଛନ୍ତି। ଏହି ଅବସରରେ ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Comments are closed.