ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ, ଯାହା ଆକଳନ କରୁଛି ଫେଲ ମାରୁଛି

ବିଜେଡିରେ ୬ ମାସରେ ବିସ୍ଫୋରଣ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ବିଜେପି ନିଜର ଜ୍ୟୋତିଷ ପରିବର୍ତନ କରିବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ବିଜେପି ସବୁବେଳେ ନିଜର ରଣନୀତି ପରିବର୍ତନ କରୁଛି । ବିଜେପି ସବୁବେଳେ କହେ ଏଇଟା ହେବ, ସେଇଟା ହେବ, ଆଜି ହେବ କାଲି ହେବ । କିନ୍ତୁ ବିଜେପିର ଆକଳନ କେବେ ଠିକ୍ ହୁଏ ନାହିଁ । ବୋଧେ ସେମାନଙ୍କ ପାଖରେ ଭଲ ଜ୍ୟୋତିଷ ନାହାନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି ।

ଏହାସହ ପାଣ୍ଡିଆନ କହିଛନ୍ତି, ବାରମ୍ବାର ଗୋଲ ପୋଷ୍ଟ ପରିବର୍ତ୍ତନ କରୁଛି ବିଜେପି। ପ୍ରଥମେ ଓଡ଼ିଆ ଅସ୍ମିତା କଥା ଉଠାଇଥିଲା ବିଜେପି । ଓଡ଼ିଆ ଅସ୍ମିତା ପାଇଁ କଣ କରୁଛନ୍ତି ପ୍ରଶ୍ନ କରିବା ପରେ ଗୋଲ ପୋଷ୍ଟ ପରିବର୍ତ୍ତନ କରିଥିଲା ବିଜେପି। ମାଲନ୍ୟୁଟ୍ରିସନ ,ଆନିମିଆ, ଭିତ୍ତିଭୂମି କଥା କହିଲେ। ଏ ସବୁ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ଠାରୁ ଆଗରେ ମାଲନ୍ୟୁଟ୍ରିସନ କ୍ଷେତ୍ରରେ ଗୁଜୁରାଟ ଠୁ ଆଗରେ ରହିଛି ଓଡ଼ିଶା। ଏ ପ୍ରସଙ୍ଗରେ ଓଡ଼ିଶା ଲୋକ ସତ ଜାଣିବା ପରେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇଲା ବିଜେପି। ହାଇକୋର୍ଟ ନିର୍ଦ୍ଦେଶର ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତି ହୋଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ପ୍ରକ୍ରିୟା ଚାଲିଛି। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବ। ଏସବୁରେ ବିଫଳ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା କହିଲେ ଗୁଜବ କଲେ ବିଜେପି ନେତା ।

କଣ କେହି ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ନବୀନ ବାବୁ ଭାରତ ବର୍ଷର ଲୋକପ୍ରିୟ ନେତା। ଭାରତ ବର୍ଷରେ ସବୁଠୁ ତାଙ୍କ ଲୋକପ୍ରିୟତା ଉର୍ଦ୍ଧ୍ବରେ ରହିଛି। ଲଗାତାର ୨୪ ବର୍ଷ ଧରି ଅଧିକ ବ୍ୟବଧାନରେ ଜିତୁ ଆସୁଛନ୍ତି। କିନ୍ତୁ ବାହାରୁ ନେତା ଆସି ଗାଳି ଦେଇଛନ୍ତି, ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି,ଅସମ୍ମାନ କରୁଛନ୍ତି। ଓଡ଼ିଶା ଲୋକ ଶାନ୍ତିରେ ବିଶ୍ୱାସ କରନ୍ତି। କିଛି କହିବେନି କିନ୍ତୁ ଭୋଟରେ ଏହାର ଜବାବ ଦେବେ। ବିଜେପି ନେତା ମାନେ ନିଯୁକ୍ତି, ଦରଦାମ, ସାଧାରଣ ଲୋକଙ୍କ ସମସ୍ୟା ଉପରେ କହିବେନି। ଓଡ଼ିଶା ରାଜ୍ୟ କିପରି ସଶକ୍ତ ହେବ ସେ ପ୍ରସଙ୍ଗ ଉଠାଇବେନି। କେବଳ ଭୋଟ ପାଇଁ ରାଜନୀତି କରିବେ। କିନ୍ତୁ ଭୋଟବ୍ୟାଙ୍କ ରାଜନୀତି ଓଡ଼ିଶାରେ କାମ ଦେବନି। ମୁଖ୍ୟମନ୍ତ୍ରୀ ରାଜନୀତି କରନ୍ତି ସେବା ପାଇଁ।

Comments are closed.