ରାମ ନବମୀରେ ହିଂସା ପାଇଁ ମମତା ଦାୟୀ,,ବିଜେପି

ନୂଆଦିଲ୍ଲୀ :ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଜେପି ଏଥିରେ ସନ୍ତୁଷ୍ଟ ନୁହେଁ। ହିଂସାର ଯାଞ୍ଚ ଏନଆଇଏ କରୁ ବୋଲି ବିଜେପି ଦାବି କରିଛି। ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଥିରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ଏନଆଇଏ ଯାଞ୍ଚ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

ହିଂସା ପାଇଁ ମମତା ବାନାର୍ଜୀଙ୍କ ତୁଷ୍ଟି କରଣ ରାଜନୀତିକୁ ଦାୟୀ କରିଛନ୍ତି ସେ କହିଛନ୍ତି । ମମତା ବାନାର୍ଜୀ ସରକାର ଦେଶ ବିରୋଧି ଶକ୍ତିକୁ ରୋକିବାକୁ ଅସମର୍ଥ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଏହି ହିଂସା ପାଇଁ ମମତା ବାନାର୍ଜୀ ଓ ତାଙ୍କ ଦଳ ଦାୟୀ । ତାଙ୍କ ରଜନୀତି ଯୋଗୁ ଆଜି ପଶ୍ଚିମବଙ୍ଗରେ ନିଆଁ ଜଳୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା ହିଂସା ପାଇଁ ବିଜେପି ଓ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ଦାୟୀ ।

Comments are closed.