କ୍ଷମା ମାଗିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ?

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ସହିତ ନାରୀଶିକ୍ଷାକୁ ସମ୍ପୃକ୍ତ କରି ଦେଇଥିବା ଟିପ୍ପଣୀ ଲାଗି ଜାତୀୟ ମହିଳା କମିସନ୍‌ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ଷମାଭିକ୍ଷା ଦାବି କରିଛି।

ରାଜ୍ୟ ବିଧାନସଭାରେ ‘ଜନତା ଦଳ-ୟୁନାଇଟେଡ୍‌’ (ଜେଡିୟୁ) ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ବିଧାନସଭାରେ ଦେଇଥିବା ମନ୍ତବ୍ୟ ବିବାଦର କାରଣ ହୋଇଛି। ଜନସଂଖ୍ୟା ନିୟନ୍ତ୍ରଣ ଲାଗି ମୁଖ୍ୟମନ୍ତ୍ରୀ କୁମାର ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।

ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଜାତୀୟ ମହିଳା କମିସନ୍‌ର ମୁଖ୍ୟା ରେଖା ଶର୍ମା ଏବଂ ଦିଲ୍ଲୀ ମହିଳା ପାନେଲ୍‌ର ମୁଖ୍ୟା ସ୍ବାତୀ ମାଲିୱାଲ୍‌ କୁମାରଙ୍କ କ୍ଷମା ଦାବି କରିଛନ୍ତି।

Comments are closed.