ବିଗ୍‌ ବି କରୋନା ପଜିଟିଭ, ଟ୍ୱିଟ ଯୋଗେ ଦେଲେ ସୂଚନା

ମୁମ୍ବାଇ: ବଲିଉଡ଼ର ଏଭରଗ୍ରୀନ ତାରକା ଅମିତାଭ ବଚ୍‌ଚନ କରୋନା ପଜିଟିଭ ଥିବା ସୂଚନା ମିଳିଛି । ବିଗ୍‌ ବି ଏହା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏଥିସହ ଗଲା କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ ତୁରନ୍ତ କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି ।

ବିଗ୍‌ ବିଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ଏବେ ଆଇସୋଲେସନରେ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ୨୦୨୦ରେ କରୋନାରେ ଆକ୍ରାନ୍ତ ହେବା ସହ ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ ଅମିତାଭ । ଏହି ସମୟରେ ଅଭିଷେକ ବଚ୍‌ଚନ, ଐଶ୍ୱର୍ୟ୍ୟା ରାୟ ବଚ୍‌ଚନ ଓ ଆରାଧ୍ୟାଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା ।

ମିଳିଥିବା ସୂଚନା ଅନୁଯାଇ, ଅମିତାଭ ନିଜ ଟୁଇଟ୍‌ ରେ ଲେଖିଛନ୍ତି, “ମୁଁ ବର୍ତ୍ତମାନ କୋଭିଡ ପଜିଟିଭ୍‌ । ଯେଉଁମାନେ ମୋ ସହ ଅଛନ୍ତି କିମ୍ବା ସେମାନଙ୍କ ନିକଟରେ ଅଛନ୍ତି, ଦୟାକରି ନିଜକୁ ପରୀକ୍ଷା କରନ୍ତୁ ।’ ଅମିତାଭ ତାଙ୍କ ପୋଷ୍ଟ ସହିତ ଏକ ହ୍ୟାଣ୍ଡ ଫୋଲ୍ଡ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଆଜିକାଲି ବିଗ୍‌ ବିଙ୍କ ସୋ’ ‘କୋନ୍‌ ବନେଗା କରୋଡ଼ପତି’ (କେବିସି)ର ସିଜନ ୧୪ ପାଇଁ ସୁଟିଂ ଚାଲିଛି । ଗତ ଥର ଯେତେବେଳେ ସେ କରୋନା ଆକ୍ରାନ୍ତ ଥିଲେ, ସେତେବେଳେ ସେ କେବିସି ୧୩ ପାଇଁ ସୁଟିଂ କରୁଥିଲେ । କୋଭିଡ ପଜିଟିଭ ଥିବାରୁ ତାଙ୍କୁ ଅନେକ ଦିନ ସୁଟିଂରୁ ବିରତି ନେବାକୁ ପଡିଥିଲା ।

ଏଭଳି ପରିସ୍ଥିତିରେ ଅମିତାଭ ବଚ୍‌ଚନ ଏଥର ମଧ୍ୟ ‘କେବିସି ୧୪’ର ସୁଟିଂରୁ ବିରତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

Comments are closed.