ଡମ୍ପିଂୟାର୍ଡ଼କୁ ନେଇ ଏମିତି କହିଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର : ଡମ୍ପିଂୟାଡ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ଗଣମାଧ୍ୟମକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ  କହିଛନ୍ତି  ଯେ, ଆଉ ଡମ୍ପିଂୟାଡ୍ କରିବୁନି। ଭୁବନେଶ୍ୱରରୁ ବାହାରୁଥିବା ସବୁ ଅଳି ଭୁବନେଶ୍ୱରରେ ହିଁ ପ୍ରକ୍ରିୟାକରଣ କରାଯିବ। ଏନ୍‌ଜିଟି ନିର୍ଦ୍ଦେଶ ମୁତାବକ ଆବଶ୍ୟକ ଏମ୍‌ସିସି ଓ ଏମ୍‌ଆରଏଫ୍ କରି ଅଳିଆ ପ୍ରକ୍ରିୟାକରଣ କରାଯିବ।

ମେୟର ଶ୍ରୀମତି ଦାସ ଆହୁରି କହିଛନ୍ତି, ଏବେ ୩୨ଟି ଏମ୍‌ସିସି ଓ ୧୪ ଏମ୍‌ଆରଏଫ୍‌ରେ ଭୁବନେଶ୍ୱରରୁ ବାହାରୁ ଥିବା ଅଳିଆ ପ୍ରକ୍ରିୟାକରଣ କରୁଛି। ଏବେ ଭୁବନେଶ୍ୱରରୁ ୫୦୦ ଟନ୍ କଠିନ ଓ ଓଦା ଅଳିଆ ବାହାରୁଛି। ୩୦୦ ମେଟ୍ରିକ୍ ଟନ୍ ଏମ୍‌ସିସି ଓ ଏମ୍‌ଆରଏଫ୍‌ରେ ପ୍ରକ୍ରିୟା କରଣ ହେଉଛି। ବାକି ୨୦୦ ମେଟ୍ରିକ୍ ଟନ ଅଳିଆ ପ୍ରକ୍ରିୟା କରଣ ନିମନ୍ତେ ଆବଶ୍ୟକ ଅଧିକ ଏମ୍‌ସିସି ଓ ଏମ୍‌ଆରଏଫ୍ ଶୀଘ୍ର କରାଯାଇ ଭୁବନେଶ୍ୱର ଅଳିଆ ଭୁବନେଶ୍ୱରରେ ହିଁ ପ୍ରକ୍ରିୟାକରଣ କରାଯିବ। ଆଉ କୌଣସି ଠାରେ ଡମ୍ପିଂୟାଡ୍ କରାଯିବନି। ଡମ୍ପିଂୟାଡ୍‌ରେ ପଡ଼ି ରହିଥିବା ଆବର୍ଜନାକୁ ବାୟୋମାଇନିଂ ଜରିଆରେ ନଷ୍ଟ କରାଯିବ।

Comments are closed.