ରୋଷେଇ ଘରେ ନିଶ୍ଚିତ ରଖନ୍ତୁ ଏହି ଜିନିଷ, ଜାଣନ୍ତୁ କଣ
ବର୍ତ୍ତମାନ ସମୟରେ ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଆବଶ୍ୟକତା ଅନୁଯାୟୀ ଅଧିକାଂଶ ଲୋକେ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥାଆନ୍ତି। ମାତ୍ର ଅନେକ ସମୟରେ ଟଙ୍କାର ଅଭାବ ଦେଖାଯିବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ଦେଖାଯାଏ। ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି, ମା’ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ରହୁ। ମାତ୍ର ଅନେକ ଥର ଛୋଟ ଛୋଟ ଭୁଲ୍ କାରଣରୁ ଘରେ ଆର୍ଥିକ ସମସ୍ୟା ସହ କଳହ ହେଉଥିବା ଦେଖାଯାଏ। ତେବେ କିଛି ଏଭଳି ସରଳ ବାସ୍ତୁ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ ମାଟିପାତ୍ର ରଖିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିବା ସହ ଅନେକ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ରୋଷେଇ ଘରେ ମାଠିଆ, ସୁରେଇ କିମ୍ବା କଳସ ନିଶ୍ଚୟ ରଖିବା ଉଚିତ୍। ମାନ୍ୟତାନୁଯାୟୀ, ପାଣି ଭର୍ତ୍ତି ମାଠିଆ ରଖିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଘରେ କଳହ ହୋଇନଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ପାଇବା, ସ୍ନେହଶ୍ରଦ୍ଧା ରହିଥାଏ।
ପାଣି ମାଠିଆକୁ ସର୍ବଦା ଭର୍ତ୍ତି କରି ରଖନ୍ତୁ। ମାଠିଆ ଖାଲି ହେବାକୁ ଆଦୌ ଦିଅନ୍ତୁ ନାହିଁ। ମାଠିଆରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଘରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସୁସମ୍ପର୍କ ରହିଥାଏ।