ସାବଧାନ ଏହିମାନେ ଖାଆନ୍ତୁ ନାହିଁ ବାଦାମ ହୋଇପାରେ ଘାତକ

ବାଦାମ୍‌ ଖାଇବା କାହାକୁ ପସନ୍ଦ ନୁହେଁ । ଅନେକ ଲୋକେ ବାଦାମ ଖାଇବାକୁ ପସନ୍ଦ କରିଥାନ୍ତି । କାରଣର ବାଦାମରେ ଥିବା ପ୍ରୋଟିନ, କାର୍ବୋହାଇଡ୍ରେଟ,ଫ୍ୟାଟ୍ ଏବଂ ଫାଇବର ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ । ଏଥି ସହିତ ବାଦାମ ସେବନ କରିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଲୋକ ଅଛିନ୍ତି ଯେଉଁମାନଙ୍କୁ ବାଦାମ ଖାଇବାକୁ ବିଶେଷଜ୍ଞମାନେ ବାରଣ କରିଥାନ୍ତି । ଏହି ବ୍ୟକ୍ତିମାନେ ବାଦାମ ସେବନ କରିବା ଦ୍ୱାରା ସେମାନଙ୍କ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନେ ବାଦାମ ସେବନ କରିବା ଉଚିତ୍ ନୁହେଁ ।
ଆଜିକାଲି ବାଦାମର ସ୍ୱାଦ ବଢାଇବା ପାଇଁ ବଜାରରେ ଲୁଣ ସହ ବିଭିନ୍ନ ପ୍ରକାର ମସଲା ମିଶ୍ରଣ କରାଯାଉଛି । ଯାହାକୁ ସେବନ କରିବା ଦ୍ୱାରା ଶରୀରେ ସୋଡିୟମର ମାତ୍ରା ବୃଦ୍ଧି ପାଇଥାଏ । ଫଳରେ ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ ସୋଡିୟମର ମାତ୍ରା ଅଧିକ ଥାଏ ସେମାନେ ଏହିପରି ବାଦାମ ସେବନ କରିବା ଉଚିତ୍ ନୁହେଁ ।

ଓଜନବୃଦ୍ଧି
କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ବାଦାମ ସେବନ କରିଥାନ୍ତି । ତେବେ ବାଦାମରେ ହାଇ କ୍ୟାଲୋରୀ ରହିଥାଏ , ଯାହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ତେଣୁ ଯେଉଁମାନଙ୍କର ପୂର୍ବରୁ ଓଜନ ଅଧିକ ଅଛି ସେମାନେ ବାଦାମ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ।

ବଦହଜମି
ଯେଉଁ ଲୋକଙ୍କ ପେଟ ଜନିତ ସମସ୍ୟା କିମ୍ବା ହଜମ ପ୍ରକ୍ରିୟାରେ ଅସୁବିଧା ଥାଏ ସେମାନେ ବାଦାମ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ବାଦାମ ସେବନ କରିବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ, ପାଚନତନ୍ତ୍ରରେ ସମସ୍ୟା ଅଦି ପରିଲକ୍ଷିତ ହୋଇଥାଏ । ତେଣୁ ଯେଉଁମାନଙ୍କର ଏପରି ସମସ୍ୟା ଅଛି ସେମାନେ ବାଦାମ ସେବନ ଠାରୁ ଦୂରେଇ ରୁହନ୍ତୁ ।

Comments are closed.