ସ୍ଥାନୀୟ ନେତାଙ୍କ ଉତ୍ପାତକୁ ବିରୋଧ କରି ଧାରଣା ଦେଲେ ବି.ଡି.ଓ ବ୍ଲକ କର୍ମଚାରୀ
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମ୍ମୁଖରେ କାର୍ଯ୍ୟବନ୍ଦ କରି, ମୁଖ୍ୟ ଫାଟକରେ ତାଲା ଦେଇ ଧାରଣାରେ ବସିଲେ ଖୋଦ ବି.ଡି.ଓ । ଗତକାଲି ଦେଓଗାଁର କୁନୁ ବହିଦାର ନାମରେ ଜଣେ ସ୍ଥାନୀୟ ନେତା ବ୍ଲକ ଭିତରକୁ ପଶି ବି.ଡି.ଓ ତଥା ଅନ୍ୟ କତ୍ମଚାରୀ ମାନଙ୍କୁ ଗାଲିଗୁଲଜ ଓ ଧମକ ଚମକ ଦେଇଥିଲେ । ଏନେଇ ମୌଖିକ ଭାବରେ ଦେଓଗାଁ ଥାନାକୁ ଜଣାଇଥିଲେ ବି.ଡି.ଓ । ବାରମ୍ବାର ବ୍ଲକ ଭିତରକୁ ଆସି କୁଜି ନେତା ଏବଂ ଠିକାଦାର ମାନେ ଉତପାତ କରି ଆସୁଥିଲେ । ଉତ୍ପାତ ଅସହ୍ୟ ହେବାରୁ ଆଜି ବି.ଡି.ଓ ରୁଦ୍ର ପ୍ରସାଦ ସୁନା ଅନ୍ୟ କର୍ମଚାରୀଙ୍କ ସହିତ ବ୍ଲକ ସମ୍ମୁଖରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି । ଅଭିଯୁକ୍ତ କୁନୁ ବହିଦାରକୁ ଗିରଫ ଏବଂ ବ୍ଲକ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବୀ କରି ଅନ୍ଦୋଳନ କରୁଛନ୍ତି ବି.ଡି.ଓ ବ୍ଲକ ଷ୍ଟାଫ । ଯାହା ଫଳରେ ବ୍ଲକ କାର୍ଯ୍ୟ ଠପ ହୋଇଯାଇଛି । ଅନ୍ୟପଟେ ଧାରଣା ଦେବା ପରେ ଦେଓଗାଁ ଥାନାଅଧିକାରୀ ଘଟଣାସ୍ଥଳରେ ପହଚିଂ ବି.ଡି.ଓଙ୍କ ଠାରୁ ଲିଖିତ ଅଭିଯୋଗ ମାଗିଛନ୍ତି । ବି.ଡି.ଓ ଲିଖିତ ଭାବେ ଅଭିଯୋଗ ଦେବା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ସେପଟେ ବି.ଡି.ଓ ଧାରଣା ସ୍ଥଳରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।
Comments are closed.