ଅନୁଭବ- ବର୍ଷା ମାମଲା: ଦିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

ଭୁବନେଶ୍ୱର : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲରେ ଆସିଛି ଆଉ ଏକ ମୋଡ । ଦୁହିଁଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି । ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଟିଆଲା ହାଉସ୍ କୋର୍ଟ ନୁହେଁ ଏବେ କଟକରେ ମାମଲାର ଶୁଣାଣି ହେବ । ଆଜିର ଶୁଣାଣି ପରେ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ଏନେଇ ସୂଚନା ଦେଇଛନ୍ତି ।

ତେବେ ଦୁହିଁଙ୍କ ବିବାଦକୁ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି । ମାମଲାର ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଶୁଣାଣି ପରେ ଅନୁଭବଙ୍କ ଓକିଲ ନିଜର ପ୍ରତିକିୟା ପ୍ରକାଶ କରିଛନ୍ତି ଯେ, ‘ମାମଲା ସ୍ଥାନାନ୍ତର ପାଇଁ ପିଟିସନକୁ ଆମେ ବିରୋଧ କରିନଥିଲୁ । ଯଥାଶିଘ୍ର ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ ।’ ତେବେ ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Comments are closed.