ରାଜ୍ୟରେ ଖୋଲିବ ମଦ ବାର : କଟକଣା ଭିତରେ ପିଇବାକୁ ମିଳିଲା ଅନୁମତି
ଭୁବନେଶ୍ୱର,୭ ।୧ : କରୋନା କଟକଣା ଯୋଗୁଁ ବାରମାନଙ୍କରେ ବସି ମଦ ପିଇବା ମନା ଥିଲା ବେଳେ ଆଜି ମଦୁଆଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ରାଜ୍ୟରେ ଖୋଲିବାକୁ ଯାଉଛି ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି । ଫଳରେ ବିୟର ପାର୍ଲର, ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ପୂର୍ବରୁ କେବଳ ମଦ କିଣି ନେବା ପାଇଁ ଅନୁମତି ଥିଲା, କିନ୍ତୁ ବାରରେ ବସି ପିଇବା ମନା ଥିଲା ।
ତେବେ ଲାଇସେନ୍ସ ସର୍ତ୍ତାବଳୀ ଅନୁସାରେ ନିର୍ଦ୍ଧାରିତ ସମୟରେ ମଦ ଦୋକାନ ଖୋଲିବା ସହିତ କୋଭିଡ ନିୟମ ଭିତରେ ଗ୍ରାହକ ବସି ମଦ ପିଇ ପାରିବେ ବୋଲି କୁହାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନରେ ବାର ଖୋଲିବାକୁ ଅନୁମତି ଦିଆଯାଇନାହିଁ ।
Comments are closed.