ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ଓଡ଼ିଶାର ପର୍ବ ନୂଆଁଖାଇ । ନୂଆଁଖାଇ ଆସିଲେ ଗହଳଚହଳ ହୋଇ ଉଠେ ଗାଁ ଠାରୁ ସହର । ସେପ୍‌ଟେମ୍ବର ୧ ତାରିଖରେ ପଡୁଛି ନୂଆଁଖାଇ । ଏହି ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡିକୁ ନୂଆଁଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ଲୋକାଲ୍‌ ହଲିଡେ ବା ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ । ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍‌ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ ।

Comments are closed.