ବାଇକ୍ ଆରୋହୀଙ୍କ ଠାରୁ ଝାମ୍ପି ନେଲେ ଭ୍ୟାନିଟ୍ ବ୍ୟାଗ୍

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ ରାଜ୍ , ଝାମ୍ପି ନେଲେ ବାଇକ୍ ଆରୋହୀଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ୍ |ବାଇକରୁ ପଡି ମହିଳା ଗୁରୁତର ,ମହିଳାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର | ଗୁରୁତର ମହିଳାଙ୍କ ନାମ ସୁଜାତା ସେଠୀ,୫୦ ବର୍ଷ ,ଘର ଟାଙ୍ଗୀ ବ୍ଲକ ସରପାରୀ ଗ୍ରାମରେ | ମହିଳା ଜଣକ ତାଙ୍କ ପୁତୁରାଙ୍କ ସହ ବାଇକ୍ ରେ ମାଲୁଦ୍ ଯାଇଥିଲେ | ମାଲୁଦ୍ ରୁ ଫେରିବ‍ା ବେଳେ ଟାଙ୍ଗୀ ପଥର ବନ୍ଧ ବାଇପାସ୍ ନିକଟରେ ମହିଳାଙ୍କ ଠାରୁ ଏକ ବାଇକ୍ ରେ ୨ ଜଣ ଲୁଟେରା ଆସି ଭ୍ୟାନିଟ୍ ବ୍ୟାଗ ଛଡାଇ ନେଇଥିଲେ ଫଳରେ ବାଇକ୍ ରୁ ମହିଳା ଜଣକ ଖସି ପଡିଥିଲେ | ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ ,ପରେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଅପରପଟେ ଲୁଟେରାକୁ ଧରିବା ପାଇଁ ଟାଙ୍ଗୀ
ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି |

Comments are closed.