ଗିରଫ ହେଲେ ବଦ୍ରୀ ଶେଷାଦ୍ରି

ଚେନ୍ନାଇ: ‘ୟୁଟ୍ୟୁବ୍‌’ରେ ସାକ୍ଷାତ୍‌କାର ଦେଉଥିବା ବେଳେ ମଣିପୁର ହିଂସା ଓ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆଜି ତାମିଲନାଡୁ ପୁଲିସ ରାଜନୈତିକ ବିଶ୍ଳେଷଣକାରୀ/ରାଜନୈତିକ ବିଜ୍ଞାନୀ ତଥା ପ୍ରକାଶକ ବଦ୍ରୀ ଶେଷାଦ୍ରିଙ୍କୁ ଗିରଫ କରିଛି।

ପୁଲିସ କହିବା ଅନୁସାରେ, ଶେଷାଦ୍ରିଙ୍କୁ ଦଫା ୧୫୩, ୧୫୩(ଏ) ଏବଂ ୫୦୫(୧)(ବି)ରେ ଗିରଫ କରାଯାଇଛି।

ସାକ୍ଷାତ୍‌କାରରେ ଶେଷାଦ୍ରି କହିଥିଲେ, ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଆପଣ (ସରକାର) କିଛି କରି ନ ପାରିଲେ, ଆମେ (ଅଦାଲତ) କରିବୁ। ଚାଲନ୍ତୁ, ଚନ୍ଦ୍ରଚୂଡ଼ଙ୍କୁ ବନ୍ଧୁକଟିଏ ଦେଇ ସେଠାକୁ ପଠାଇ ଦେବା। ଦେଖାଯାଉ, ସେ ଶାନ୍ତି ଫେରାଇ ଆଣି ପାରୁଛନ୍ତି କି, ନାହିଁ।

ଶେଷାଦ୍ରି ଆହୁରି ମଧ୍ୟ କହିଥିଲେ, ସେ ଅଞ୍ଚଳ ହେଉଛି ପାହାଡ଼ିଆ ଏବଂ ଗହନ ବା ଜଟିଳ। ତେଣୁ, ସେଠାରେ ହତ୍ୟାକାଣ୍ଡ ଘଟିବ। ଆମେ ହିଂସାକାଣ୍ଡ ବନ୍ଦ କରି ପାରିବା ନାହିଁ।

Comments are closed.