ସାରଥି ମାମଲାରେ ବଡ ଖବର: ଏଣିକି ଦେଇପାରିବେ ପ୍ରବଚନ
କଟକ,୧୫ ।୨: ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ବିଗତ ଚାରି ବର୍ଷ ଧରି ଜେଲଦଣ୍ଡ ଭୋଗି ଥିବା ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଛି ବଡ ଖବର । ଏଣିକି ପ୍ରବଚନ ଦେଇପାରିବେ ସାରଥି । ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ପ୍ରବଚନ ଦେଇପାରିବେ । କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥି ଅପିଲ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଭକ୍ତମାନଙ୍କୁ ଠକିବା ଏବଂ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ୨୦୧୫ ଅଗଷ୍ଟ ୮ ତାରିଖରେ କ୍ରାଇମ ବ୍ରାଞ୍ଚ ସାରଥିଙ୍କୁ କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରୁ ଗିରଫ କରିଥିଲା । ଜଣେ ମହିଳା ଭକ୍ତ ଏବଂ ତାଙ୍କ ଝିଅ ସାରଥି ବାବା ସେମାନଙ୍କ ସୁନା ଗହଣା ଠକି ନେବା ସହ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ । ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ସୋମବାର ଦିନ ଅନ୍ୟ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା ।
Comments are closed.