ଏହି ଖାଦ୍ୟ ଖାଇବା ଛାଡ଼ନ୍ତୁ, କୋଲେଷ୍ଟ୍ରଲରୁ ବଞ୍ଚନ୍ତୁ

ଭୁବନେଶ୍ୱର: ଲିଭର ଜମୁଥିବା ମହମ ଭଳି ପଦାର୍ଥକୁ କୋଲେଷ୍ଟ୍ରଲ କୁହାଯାଏ । ଗୋଟେ ସୁସ୍ଥ ଶରୀର ପାଇଁ କୋଲେଷ୍ଟ୍ରଲର ଆବଶ୍ୟକତା ପଡିଥାଏ । କୋଷିକା ମାନଙ୍କ ତିଆରିରେ କୋଲେଷ୍ଟ୍ରଲ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ନର୍ବସ ସେଲକୁ ପ୍ରୋଟେକ୍ଟ କରିବା, ଭିଟାମିନ ସୃଷ୍ଟି କରିବା ତଥା ହର୍ମୋନ ଗଠନରେ ଏହି କୋଲେଷ୍ଟ୍ରଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତିରେ କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଶରୀରକୁ କୋଲେଷ୍ଟ୍ରଲ ମିଳିଥାଏ । ଯେମିତିକି ମାଂସ ଓ କ୍ଷୀର ଜାତୀୟ ପଦାର୍ଥ ।

ଫଳରେ ହୃଦ୍‌ରୋଗ ଜନିତ ସମସ୍ୟା ଦେଖାଦିଏ । ସମୋକିଙ୍ଗ, ହାଇ ବ୍ଲଡ଼ ପ୍ରେସର, ଡାଇବେଟିଜ, ଓ ଫ୍ୟାଟ ଜନିତ ଖାଦ୍ୟ ଅଧିକ ଖାଇବା ଫଳରେ ହିଁ ହାଇ ଡେନସିଟି ଲିପପ୍ରୋଟିନ ପରିମାଣ ବଢିଥାଏ ।

ଜାଣନ୍ତିକି କେଉଁ କେଉଁ ଖାଦ୍ୟ ଶରୀରରେ ବଢ଼ାଇଥାଏ କୋଲେଷ୍ଟ୍ରଲ ମାତ୍ରା:

ଚକୋଲେଟ କିମ୍ବା ଚକୋଲେଟ ସ୍ପ୍ରେଡ଼:
ଏଥିରେ ଖୁବ ଅଧିକ ଚିନି ତଥା ସାଚ୍ୟୁରେଟେଡ଼ ଫ୍ୟାଟ ଥାଏ । ଆଉ କ୍ଷୀର ଓ ଧଳା ଚକୋଲେଟରେ କୋଲେଷ୍ଟ୍ରଲ ଅଧିକ ପରିମାଣରେ ଥାଏ । ତେଣୁ ଚକୋଲେଟ କିମ୍ବା ଚକୋଲେଟ ସ୍ପ୍ରେଡ଼ କିଣିବା ସମୟରେ ଏହାର ଲେବଲ ପ୍ରତି ଧ୍ୟାନ ଦିଅନ୍ତୁ ।

ଚିଜ:
ଏଥିରେ ସାଚ୍ୟୁରେଟେଡ଼ ଫ୍ୟାଟ ପ୍ରଚୁର ଥାଏ । ଯେଉଁ ଚିଜ ଫୁଲ ଫ୍ୟାଟ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ସେଥିରେ କୋଲେଷ୍ଟ୍ରଲ ଅଧିକ ଥାଏ । ଏହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ହିଁ ଖାଇବା ଉଚିତ ।

ନଡ଼ିଆ ତେଲ:
ନଡ଼ିଆ ତେଲରେ ୯୦ ପ୍ରତିଶତ ସାଚ୍ୟୁରେଟେଡ଼ ଫ୍ୟାଟ ଥାଏ । ଏହାର ସେବନ ଦ୍ୱାରା ଉଭୟ କୋଲେଷ୍ଟ୍ରଲ ମାତ୍ରା ବଢିଥାଏ ।

ଫ୍ରାଏଡ ଫାଷ୍ଟ ଫୁଡ:
ପ୍ରତିଦିନ ଯଦି ଫ୍ରାଏଡ କରାଯାଉଥିବା ଫାଷ୍ଟ ଫୁଡ ଖାଆନ୍ତି ତେବେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢିଯାଏ । ତେଣୁ ଯଥା ସମ୍ଭବ ଏହାକୁ କମ ଖାଇବା ଉଚିତ ।

ଲହୁଣୀ କିମ୍ବା ଚର୍ବି:
ଲହୁଣୀ କିମ୍ବା ପଶୁ ମାନଙ୍କ ଚର୍ବିରେ ଖୁବ ଅଧିକ ସାଚ୍ୟୁରେଟେଡ଼ ଫ୍ୟାଟ ମିଳିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ବଢ଼ିଥାଏ । ଲହୁଣୀ ବଦଳରେ ଅଲିଭ ତେଲ ବ୍ୟବହାର କରିବା ସର୍ବତ୍କୃଷ୍ଟ ।

Comments are closed.