ଗର୍ଭବତୀ ମହିଳାକୁ ଅଶ୍ଲୀଳ ଇଙ୍ଗିତ ସହ ପେଟକୁ ଗୋଇଠା ମାଡ଼

ସାଲେପୁର, ବିକ୍ରମ କେଶରୀ ବଳ (୧୨/୦୨/୨୧) : ଗର୍ଭବତୀ ମହିଳାକୁ ଅଶ୍ଲୀଳ ଇଙ୍ଗିତ ଦେଖାଇବା ସହ ଟଣାଓଟରା ଏବଂ ପେଟକୁ ଗୋଇଠା ମାଡ଼ । ଏଭିଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସାନରଉପତି ଗାଁରେ। ଆକ୍ରମଣର ଶିକାର ହୋଇଥିବା ଗର୍ଭବତୀ ମହିଳା ଜଣକ ହେଲେ ନିରଂଜନ ଦାସ ଙ୍କ ସ୍ତ୍ରୀ ବନିତା ଦାସ। ସୂଚାନୁସାରେ ବନିତା ଦାସ ନଳକୂପକୁ ପାଣି ପାଇଁ ଆସିଥିବା ବେଳେ ସେହି ଗ୍ରାମର ବାବୁଲା ଦାସଙ୍କ ପୁଅ ବାପି ଦାସ ଅଶିଳ ଇଙ୍ଗିତ ଦେଖାଇବା ସହ ଟଣାଓଟରା କରି ପେଟକୁ ଗୋଇଠା ମାରିବାରୁ ମହିଳା ଜଣଙ୍କ ଚିତ୍କାର ଶୁଣି ସ୍ୱାମୀ ନିରଂଜନ ଦାସ ବିରୋଧ କରିଥିଲେ। ହେଲେ ବାପି ଦାସଙ୍କ ପରିବାର ଲୋକେ ମହିଳା ଜଣଙ୍କ ସ୍ୱାମୀ, ଶଶୁର ଓ ଦିଅରକୁ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଏବେ ଗର୍ଭବତୀ ମହିଳା ଜଣଙ୍କ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଗାଁ ର ବହୁ ଲୋକେ ଜମା ହୋଇଯିବାରୁ ବାପି ଦାସଙ୍କ ପରିବାର ଲୋକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ ବନିତା ଦାସଙ୍କ ସ୍ୱାମୀ ନିରଂଜନ ଦାସ ସାଲେପୁର ଥାନାରେ ବାପି ଦାସ ଙ୍କ ପରିବାର ଲୋକଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଥାନା ସମ୍ମୁଖରେ ଗିରଫ ଦାବିରେ ଧାରଣାରେ ବସିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ।

Comments are closed.