ପୁଣି ଏକ ବଡ ନିଷ୍ପତ୍ତି ନେଲେ ଆସାମ ମୁଖ୍ୟମନ୍ତ୍ରୀ

ଡେରାଡୂନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ସବୁଜ ସଙ୍କେତ ଦେବା ପରେ ଏହି ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି। ଆସାମରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ ୧୯୩୦କୁ ରଦ୍ଦ କରାଯାଇଛି। ଶୁକ୍ରବାର (୨୪ ଫେବୃଆରୀ) ରାତିରେ ଏହି ଆଇନକୁ ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ବରୁଆ ଏହାକୁ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଡକୁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, “ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ଆସାମ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବ। ଏହା ଅନ୍ତର୍ଗତ ଆମେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ରଦ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେଇଛୁ।

 

Comments are closed.