ଏସିଆ କପ, ଭାରତକୁ ପ୍ରଥମରୁ ଝଟକା
ଦୁବାଇ : ଆଜି ଭାରତ ଶ୍ରୀଲଙ୍କା ମହା ଲଢେଇ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଟିମ୍କୁ ଝଟ୍କା। ମାତ୍ର ୬ ରନ୍ କରି ପ୍ୟାଭିଲିୟନ ଫେରିଲେ କେ.ଏଲ୍. ରାହୁଲ। ଶ୍ରୀଲଙ୍କା ବୋଲର୍ ମହୀଶ ଟିକ୍ନାଙ୍କ ବଲ୍ରୁ ସେ ଏଲ୍ବିଡବ୍ଲୁ ଆଉଟ୍ ହୋଇଛନ୍ତି। ତେବେ ରାହୁଲ ଡିଆର୍ଏସ୍ ନେଇଥିଲେ ହେଁ ଅମ୍ପାୟାରଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା।
ପ୍ରକାଶ ଯେ, ପାକିସ୍ତାନ ବିପକ୍ଷ ହାର୍ ପରେ ଶ୍ରୀଲଙ୍କା ବିପକ୍ଷରେ ସୁପର-୪ ମୁକାବିଲାର ଦ୍ୱିତୀୟ ମ୍ୟାଚ୍ ଖେଳୁଛି ଭାରତ। ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏଥିଲାଗି ଭାରତୀୟ ଟିମ୍ରେ ରବି ବିଶ୍ନୋଇଙ୍କ ସ୍ଥାନରେ ଆର୍. ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ଅପରପକ୍ଷେ ଶ୍ରୀଲଙ୍କା ଟିମ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
Comments are closed.