ବାରମ୍ବାର ମୁଣ୍ଡ ବିନ୍ଧୁଛି କି , କେମିତି ପାଇବେ ମୁକ୍ତି

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଶୋଇକରି ଉଠିବା ମାତ୍ରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଏହି ପରି ହେବା ଦ୍ୱାରା ବ୍ୟକ୍ତି ପୁରା ଦିନ ଚିନ୍ତିତ ରହିଥାଏ । ବେଳେ ବେଳେ ମୁଣ୍ଡବିନ୍ଧା ଏତେ ଅଧିକ ବଢି ଯାଏ ଯେ ଖାଇବା ପିଇବା ପାଇଁ ମନ ହୋଇନଥାଏ କିମ୍ବା କାମ କରିବା ପାଇଁ ମଧ୍ୟ ମନ ହୋଇନଥାଏ । ଏଥିପାଇଁ ଲୋକ ମୁଣ୍ଡବିନ୍ଧାରୁ ଆରାମ ପାଇଁ ମେଡିସିନ୍‌ର ସାହାଯ୍ୟ ନେଇଥାନ୍ତି । ହେଲେ ଅଧିକ ମେଡିସିନ୍‌ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ସେଥିପାଇଁ ମେଡିସିନ୍‌ ବଦଳରେ କିଛି ଏମିତି ଫଳ ପ୍ରତିଦିନ ଖାଇବା ଉଚିତ୍‌ ଯାହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।

ମୁଣ୍ଡବିନ୍ଧାର କାରଣ :

ମୁଣ୍ଡବିନ୍ଧାର ଅନେକ କାରଣ ହୋଇଥାଏ । ସେଥିରୁ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ । ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ଏପରି ହୋଇଥାଏ ।

କେଉଁ ଫଳ ଖାଇଲେ ମୁଣ୍ଡବିନ୍ଧାରୁ ଆରାମ ପାଇବେ :

ଆପଲ୍‌ – ମୁଣ୍ଡବିନ୍ଧା ହେଉଥିଲେ ଆପଲ୍‌ ଖାଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ । କାରଣ ଆପଲ୍‌ରେ ପୋଟାସିୟମ, ଫାଇବର, ଆଇରନ୍‌ ଓ ଭିଟାମିନ୍‌- C ଭରପୁର ରହିଥାଏ । ଆପଲ୍‌ରେ ଥିବା ପୋଟାସିୟମ୍‌ ମୁଣ୍ଡବିନ୍ଧା ଦୂର କରିଥାଏ । ସେଥିପାଇଁ ପ୍ରତିଦିନ ଆପଲ୍‌ ଖାଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରମ ମିଳିଥାଏ ।

ଦହି କିମ୍ବା ଲସି ସର୍ବତ :

ଯଦି ପ୍ରତିଦିନ ମୁଣ୍ଡବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାହେଲେ ପ୍ରତିଦିନ ଖାଦ୍ୟରେ ଦହି କିମ୍ବା ଲସି ସର୍ବତ ସାମିଲ କରନ୍ତୁ । ଦହି କିମ୍ବା ଲସି ଶରୀରକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ । ଦହିରେ କ୍ୟାଲସିୟମ୍‌ ଥାଏ ଯାହା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ ।

ନଡିଆ ପାଣି :

ଶରୀରକୁ ହାଇଡ୍ରେଟ୍‌ ରଖିବା ପାଇଁ ପାଣି ପିଇବା ଜରୁରୀ ହୋଇଥାଏ । ହେଲେ ନଡିଆ ପାଣି ଶରୀର ପାଇଁ ଅଧିକ ଗୁଣକାରୀ ହୋଇଥାଏ । ନଡିଆ ପାଣି ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥାଏ । ନଡିଆରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌ ଓ ଭିଟାମିନ୍‌- C ଥାଏ । ଏହାକୁ ପ୍ରତିଦିନ ପିଇଲେ ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।

Comments are closed.