ଖାଉଛନ୍ତି କି ଫୁଲକୋବି….

ଫୁଲକୋବି ଏକ ଏମିତି ପରିବା ଯାହାକୁ ପ୍ରତ୍ୟେକ ଭାରତୀୟ ବହୁତ ପସନ୍ଦ କରନ୍ତି । ଏଥିରୁ ତିଆରି ହେଉଥିବା ତରକାରୀ, ଭଜା, ପକୋଡା ଏବଂ ଅନେକ ପ୍ରକାର ରେସିପିଜକୁ ଲୋକମାନେ ଆଙ୍ଗୁଳି ଚାଟି ଖାଆନ୍ତି । ଏହାକୁ ରାନ୍ଧିବା ବି ବହୁତ ସହଜ । ଏହାକୁ ସଫ୍ଟ କରିବା ପାଇଁ ଅଧିକ ଇନ୍ଧନର ଖର୍ଚ୍ଚ କରିବାକୁ ପଡେନାହିଁ । ଗ୍ରେଟର ନୋଏଡାର ଜିମ୍ସ ହସ୍ପିଟାଲରେ କାର୍ଯ୍ୟରତ ପ୍ରସିଦ୍ଧ ଡାଏଟିସିଆନ୍‌ ଆୟୁଷୀ ଯାଦବ କହିଛନ୍ତି ଆବଶ୍ୟକ ଠାରୁ ଅଧିକ କୋବି ଖାଇବା ଲୋକଙ୍କୁ କାହିଁକି ଅନୁଚିତ ।

ଫୁଲକୋବି ଦେଖିବାକୁ ଯେତିକି ସୁନ୍ଦର ଲାଗିଥାଏ ଖାଇବାକୁ ସେତିକି ଟେଷ୍ଟୀ ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭକାରୀ ମଧ୍ୟ ହୋଇଥାଏ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ମହଜୁଦ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ । କିନ୍ତୁ ଏସବୁ ବାଦ୍‌ ଏମିତି କଣ କାରଣ ରହିଛି ଯେ ଯାହାକୁ ଅଧିକ ସେବନ କଲେ ଏହା ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

ପେଟ ଗ୍ୟାସ୍‌
ଫୁଲକୋବିରେ ରେଫିନୋଜ୍‌ ନାମକ ତତ୍ତ୍ୱ ମିଳିଥାଏ । ଏହା ଏକପ୍ରକାରର କାର୍ବୋହାଇଡ୍ରେଟ ଭଳି ଆମ ଶରୀରକୁ ନ୍ୟାଚୁରାଲ ତରିକାରେ ବ୍ରେକ କରିବାକୁ ଦିଏନାହିଁ ଏବଂ ଛୋଟ ଅନ୍ତ ଜରିଆରେ ବଡ ଅନ୍ତନଳୀକୁ ପହଁଚିଯାଇଥାଏ । ଯେଉଁ କାରଣରୁ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ ।

ଥାଇରଏଡ ପ୍ରୋବଲେମ୍‌
ଯେଉଁ ଲୋକ ଥାଇରଏଡ ସମସ୍ୟାକୁ ସାମ୍ନା କରନ୍ତି ସେମାନଙ୍କ ପାଇଁ ଫୁଲକୋବି ସେବନ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ । କାହିଁକିନା ଏହା କାରଣରୁ ଟି-୩ ଏବଂ ଟି-୪ ହର୍ମୋନ୍‌ ସିକ୍ରିସନ୍‌ ବଢ଼ିବାକୁ ଲାଗିଥାଏ ଯାହା ସେହି ରୋଗୀଙ୍କ ପାଇଁ ବିଲକୁଲ ମଧ୍ୟ ଭଲ ହୋଇନଥାଏ ।

ରକ୍ତ ହୋଇଥାଏ ଗାଢ଼
ଫୁଲକୋବିକୁ ପୋଟାସିୟମର ରିଚ୍‌ ସୋର୍ସ ବୋଲି ଧରାଯାଏ । ଏଥିପାଇଁ ଯେଉଁ ଲୋକ ଏହାକୁ ଖାଆନ୍ତି ତାଙ୍କ ରକ୍ତ ଧିରେ ଧିରେ ଗାଢ଼ ହେବାକୁ ଲାଗିଥାଏ । ଯେଉଁ ଲୋକଙ୍କୁ ହାର୍ଟ ଆଟାକ ହୋଇସାରିଛି ସେମାନଙ୍କ ମଧ୍ୟରୁ ଅନେକ ଲୋକ ରକ୍ତକୁ ପତଳା କରିବା ପାଇଁ ମେଡିସିନ୍‌ ଖାଇଥାନ୍ତି । ଏମିତିରେ ସେମାନଙ୍କ ପାଇଁ ଫୁଲକୋବିର ସେବନ ବହୁତ ବିପଦପୂର୍ଣ୍ଣ ସାଜିପାରେ ।

Comments are closed.