ଜାଣନ୍ତୁ, ମନ୍ତ୍ର ଜପ କରିବାର ସଠିକ ତରିକା

ଭୁବନେଶ୍ୱର: କୁହାଯାଏ ମନ ଶାନ୍ତ ରଖି ମାନେ ଭଲ ମନରେ ମନ୍ତ୍ର ଜପ କରିବା ଦ୍ୱାରା ଏହା ସୁଫଳ ପ୍ରଦାନ କରେ । କିନ୍ତୁ ଯଦି କାହାର ଖରାପ ଚିନ୍ତା କରି ଆମେ ମନ୍ତ୍ର ଜପ କରୁଛେ ତେବେ ଖରାପ ପ୍ରଭାବ ପଡିବାର ଅନେକ ସମ୍ଭାବନା ରହିଥାଏ । ତେଣୁ ସବୁବେଳେ ମନ୍ତ୍ରକୁ ଠିକ ଭାବେ ଜପ କରିବା ଉଚିତ । ଏହା ଦ୍ୱାରା ମନ୍ତ୍ରରୁ ସକାରାତ୍ମକ ଶକ୍ତି ମିଳିଥାଏ ।

ତେବେ ମନ୍ତ୍ର ଜପ କରିବାର ସମୟ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ନେଇ ଧ୍ୟାନ ରଖିବା ନିହାତି ଜରୁରୀ । ଧର୍ମ ଶାସ୍ତ୍ର ଅନୁଯାୟୀ ମାଳାରେ ଥିବା ମାଳିର ସଂଖ୍ୟା ୨୭, ୫୪ କିମ୍ବା ୧୦୮ ହେବା ଜରୁରୀ । ମନ୍ତ୍ର ଜପ କରିବା ସମୟରେ ତର୍ଜନୀ ଅଙ୍ଗୁଳି ମାଳାକୁ ସ୍ପର୍ଶ କରିବା ଅନୁଚିତ । ଏହାସହ ସୁମେରୁ ମାନେ ବଡ ମାଳିକୁ ଲଂଘନ କରି ମାଳା ଜପିବା ଉଚିତ ନୁହେଁ ।

ଏମିତିରେ କୁହାଯାଏ ଯେ ମନ୍ତ୍ର ଜପ କରିବା ସମୟରେ ମାଳାକୁ ବସ୍ତ୍ର କିମ୍ବା ଗୋମୁଖୀ ରେ ଘୋଡାଇବା ଜରୁରୀ । ଜପ ଆରମ୍ଭ କରିବା ପୂର୍ବରୁ ଇଶ୍ୱରଙ୍କୁ ସ୍ମରଣ କରିବା ଦରକାର । ଯାହାଦ୍ୱାରା ମନ୍ତ୍ର ଜପ କରିବା ସଫଳ ହୋଇଥାଏ । ମାଳା ସବୁବେଳେ ବ୍ୟକ୍ତିଗତ ହେବା ଜରୁରୀ । ଏହାସହ ମନ୍ତ୍ର କରୁଥିବା ମାଳା କୁ ନିଜେ ଧାରଣ କରିବା ଉଚିତ ନୁହେଁ ।

Comments are closed.