ପୁଣି ଗ୍ରାହକଙ୍କୁ ଝଟକା, ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯ କିଲୋଗ୍ରାମ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୪ଟଙ୍କା ବୃଦ୍ଧି କରାଯାଇଛି। ଶୀତ ଋତୁରେ ବଢୁଥିବା ଚାହିଦା ଏବଂ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି କରାଯାଇଛି। ଗତ ମାସରେ ମଧ୍ୟ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧.୫୦ ଟଙ୍କା ବୃଦ୍ଧି କରିଥିଲେ।

ମୂଲ୍ୟ ବୃଦ୍ଧି ପରେ, ଗୁରୁବାରଠାରୁ ବାଣିଜି୍ୟକ ସିଲିଣ୍ଡର ଦିଲ୍ଲୀରେ ୧୭୫୫.୫୦ ଟଙ୍କା ବଦଳରେ ୧୭୬୯.୫୦ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ୧୭୦୮.୫୦ ବଦଳରେ ୧୭୨୩.୫୦ ଟଙ୍କା, କୋଲକାତାରେ ୧୮୬୯ ଟଙ୍କା ବଦଳରେ ୧୮୮୭ ଟଙ୍କା ଏବଂ ଚେନ୍ନାଇରେ ୧୯୨୪.୫୦ ଟଙ୍କା ବଦଳରେ ୧୯୩୭ ଟଙ୍କାରେ ଉପଲବ୍ଧ ହେବ।

ବର୍ତ୍ତମାନ ଦେଶରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୦୩ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା, କୋଲକାତାରେ ୯୨୯ଟଙ୍କା ଏବଂ ମାଡ୍ରାସରେ ୯୧୮.୫୦ ଟଙ୍କା ରହିଛି। ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ୩୦ ଅଗଷ୍ଟ ୨୦୨୩ ରେ ବଦଳିଥିଲା। ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇଥିବାବେଳେ ମାର୍ଚ୍ଚ ୨୦୨୩ ରେ ଦିଲ୍ଲୀରେ ୧୧୦୩ ଟଙ୍କାରେ ଏକ ଘରୋଇ ଗ୍ୟାସ ସିଲିଣ୍ଡର ଉପଲବ୍ଧ ଥିଲା।

Comments are closed.