ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର
ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେନାର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ଏଏଲଏଚ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ ।
ଦୁର୍ଘଟଣା ସ୍ଥଳ ଅତ୍ୟନ୍ତ ଦୁର୍ଗମ ଥିବାରୁ ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ବାୟୁସେନା ଓ ସେନାର ମିଳିତ ଉଦ୍ଧାରକାରୀ ଦଳ ଅପରାହ୍ଣରେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଟ୍ବିଟରରେ ସେ ଦୁର୍ଘଟଣାସ୍ଥଳର ଭିଡିଓ ଜାରି କରିଛନ୍ତି ।

Comments are closed.