ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା : ଏହି ଦିନ ଅନଲାଇନରେ ହେବ ଫର୍ମ ପୂରଣ

ଭୁବନେଶ୍ୱର,୬ ।୧ : ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ସ୍କୁଲ ଖୋଲିବାର ୨ ଦିନ ପରେ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍ ବା ଫର୍ମ ପୂରଣ କରାଯିବ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍-ଅପ୍ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ଫିଲ୍-ଅପ୍ କରିବେ । ଛାତ୍ରଛାତ୍ରୀମାନେ ଜାନୁଆରୀ ୧୦ ତାରିଖରୁ ସେମାନେ ପଢୁଥିବା ବିଦ୍ୟଳୟରେ ପିସ୍ ପୈଠ କରିବେ । ଅନ୍ୟପଟେ କରସପେଣ୍ଡେଣ୍ଟ କୋର୍ସର ରେଗୁଲା ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନେ ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ମାଧ୍ୟମରେ ଦେୟ ପୈଠ କରିବା ସହ ଫର୍ମ ପୁରଣ କରିପାରିବେ । ଦେୟ ପୈଠ କରିବା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି ।

ସୂଚନା ଅନୁସାରେ, ଜାନୁଆରୀ ୧୦ ତାରିଖ ସକାଳ ୧୦ଟାରୁ ଫର୍ମ ଫିଲ୍-ଅପ୍ ଆରମ୍ଭ ହେବ । ବିନା ଜରିମାନା ସହ ପିସ୍ ଦାଖଲ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୨୧ ରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ରଖା ଯାଇଛି । ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଜରିମାନା ସହ ଫର୍ମ ଫିଲ୍-ଅପ୍ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲ୍-ଅପ୍ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । ଯଦି ଆପଣ ଫର୍ମ ପୁରଣ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ www.bseodisha.ac.in websiteକୁ ଫଲୋ କରନ୍ତୁ ।

Comments are closed.