ପୁଣି ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଅହମ୍ମଦାବାଦରେ ହେବ କଡା ଟକ୍କର
କଲକତା: ଆଜି ବିଶ୍ବକପ-୨୦୨୩ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଫଳରେ ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଆସନ୍ତା ୧୯ ତାରିଖ (ରବିବାର)ରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୂର୍ବରୁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ସାରିଥିବା ଶକ୍ତିଶାଳୀ ଭାରତୀୟ ଟିମ୍କୁ ମୁକାବିଲା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେବ। ଦୁଇ ଶକ୍ତିଶାଳୀ ଦଳ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଥିବାରେୁ ବିଶ୍ବକପ ଫାଇନାଲ ବେଶ ଜମିବ ବୋଲି ଖେଳପ୍ରେମୀ ଆଶା ରଖିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ୫ ଥର ବିଜେତା ଅଷ୍ଟ୍ରେଲିଆ (୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫) ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।
ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରଖିଥିବା ୨୧୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ଟି ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା। ଟ୍ରେଭିସ୍ ହେଡ୍ ଓ ଡେଭିଡ ୱାର୍ଣ୍ଣର ପ୍ରଥମ ୱିକେଟ୍ରେ ୬୦ ରନ୍ ଭାଗିଦାରୀ କରିଥିଲେ। ଅଷ୍ଟ୍ରେଲିଆ ଦଳର ସ୍କୋର ୧୩୫ ବେଳକୁ ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର ୫ ଜଣ ଖେଳାଳି ଆଉଟ ହୋଇଥିଲେ। ଟ୍ରେଭିସ୍ ହେଡ ୬୨ ରନ୍, ୱାର୍ଣ୍ଣର ୨୯ ରନ୍, ମିଚେଲ ମାର୍ସ ଶୂନ୍ୟ, ମାର୍ନସ ଲବୁସାନ ୧୮ ରନ୍ ଓ ଗ୍ଲେନ ମେକ୍ସୱେଲ ୧ ରନ୍ରେ ଆଉଟ୍ ହୋଇଥିଲେ।