ତ୍ଵଚା ସୁନ୍ଦର୍ କରିବ ଅମୃତ ଭଣ୍ଡା, ଜାଣନ୍ତୁ କେମିତି

ଶୀତଦିନେ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଥଣ୍ଡାପବନ ହେଉ କିମ୍ବା ପ୍ରଦୂଷଣ କାରଣରୁ ତ୍ୱଚାର ଅନେକ କ୍ଷତି ହୋଇଥାଏ। ବିଶେଷ କରି ତ୍ୱଚାର ରଙ୍ଗ ଉପରେ ଏହା ଅନେକ ପ୍ରଭାବ ପକାଇଥାଏ। ଏହାସହ ମୁଖ୍ୟତଃ ଶୁଷ୍କ ତ୍ୱଚା ପାଇଁ ଶୀତଦିନେ ଅଧିକ ସମସ୍ୟା ଦେଖାଦେଇଥାଏ। ଏହି ଦିନେ ତ୍ୱଚା ଅଧିକ ଶୁଷ୍କ ସହ ଚମକ ହ୍ରାସ ପାଇବା ଭଳି ଅନୁଭବ ହୋଇଥାଏ। ଏହି ଦିନେ ତ୍ୱଚା ପାଇଁ କିଛି ପ୍ରାକୃତିକ ଉପାୟ ଆପଣାଇବା ଦ୍ୱାରା ବେଶ ଫଳପ୍ରଦ ହୋଇଥାଏ।
ଶୀତଦିନେ ତ୍ୱଚାର ଶୁଷ୍କପଣ ଦୂର ପାଇଁ ଅମୃତଭଣ୍ଡା, ମହୁ ଓ କ୍ଷୀର ବେଶ ଉପକାରୀ। ଅମୃତଭଣ୍ଡାରେ ଭିଟାମିନ ବି, ସି,ଇ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟା ଦୂର କରିବା ସହ କୋମଳ କରିଥାଏ। ତ୍ୱଚାର ଦାଗ ଓ କଳାପଣ ମଧ୍ୟ ଦୂର କରିଥାଏ। ଅମୃତଭଣ୍ଡାର ବ୍ୟବହାର ଦ୍ୱାରା ତ୍ୱଚାର କୁଞ୍ଚନ ଦୂର ହେବା ସହ ନରମ ହୋଇଥାଏ।
ଔଷଧୀୟ ଗୁଣରେ ଭରପୁର ମହୁରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ତ୍ୱଚାରୁ ଧୂଳିମାଟି ଓ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ମହୁ ତ୍ୱଚାର ବ୍ରଣ ସମସ୍ୟା ଓ ଦାଗକୁ ଦୂର କରିଥାଏ। ରଙ୍ଗ ମଧ୍ୟ ଗୋରା ହୋଇଥାଏ।
ତ୍ୱଚାରେ କ୍ଷୀର ବ୍ୟବହାର କରିବା ଦ୍ୱାରା ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ। କଞ୍ଚା କ୍ଷୀର କ୍ଲିଞ୍ଜରର କାମ କରିଥାଏ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ।
ଏଭଳି ପ୍ରସ୍ତୁତ କରନ୍ତୁ ଫେସ୍‌‌ ପ୍ୟାକ୍‌‌
୨ ରୁ ୩ ଚାମଚ କୋରା ହୋଇଥିବା ଅମୃତ ଭଣ୍ଡା ନିଅନ୍ତୁ। ଏଥିରେ ୨ ଚାମଚ ମହୁ, ଏକ ଚାମଚ କ୍ଷୀର ମିଶାନ୍ତୁ। ଏହି ୩ଟି ଜିନିଷକୁ ଭଲ ଭାବେ ମିଶାଇ ଏହି ଫେସ୍‌‌ ପ୍ୟାକ୍‌‌କୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ୍‌‌ ରଖି ଧୋଇ ଦିଅନ୍ତୁ। ଶୀତଦିନେ ଏହି ଫେସ୍‌‌ ପ୍ୟାକ୍‌‌ ତ୍ୱଚାର ଶୁଷ୍କପଣ ଦୂର କରିବା ସହ ରଙ୍ଗ ଗୋରା ଓ ତ୍ୱଚାକୁ କୋମଳ କରିଥାଏ। ସପ୍ତାହକୁ ୨ଥର ଏହାର ବ୍ୟବହାର କରିପାରିବେ।

Comments are closed.