ସୋନ୍ଦର୍ଯ୍ୟ ବୃଦ୍ଧି କରିବ ଅମୃତ ଭଣ୍ଡା, ଜାଣନ୍ତୁ କେମିତି

ଯେତେବେଳେ ବି ମହିଳାମାନେ ବିୟୁଟି ପାର୍ଲରକୁ ଯାଆନ୍ତି। ସେମାନେ ପ୍ରାୟତଃ ପପେୟା କ୍ଲିନଅପ କରିବା ଏବଂ ପପେୟା ଫେସିଆଲ କରିବାକୁ ପସନ୍ଦ କରନ୍ତି। ସେଗୁଡିକ କୃତ୍ରିମ କ୍ରିମ୍ ଏବଂ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ, ଯାହା ଆପଣଙ୍କ ଚେହେରାକୁ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଘରେ ଅମୃତ ଭଣ୍ଡା ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିବେ ତେବେ ଏହା ଭଲ ହେବ। ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅମୃତ ଭଣ୍ଡାରେ ମିଳିଥାଏ। ଯାହା ଚର୍ମ ପାଇଁ ଲାଭଦାୟକ। ଅମୃତ ଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ, ଯାହା ଅନେକ ସ୍ୱାସ୍ଥ୍ୟ ଉପକାର ଦେଇପାରେ। ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ କଞ୍ଚା ଅମୃତ ଭଣ୍ଡା ଚର୍ମରେ ଥିବା କ୍ଷତକୁ ଶୀଘ୍ର ଭଲ କରିଥାଏ | ଘରେ ପେପର ଫେସ୍ ପ୍ୟାକ୍ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।

ଅଧା କପ୍ ପାଚିଲା ଅମୃତ ଭଣ୍ଡା ନେଇ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ତା’ପରେ ସେଥିରେ ଦୁଇ ଚାମଚ କ୍ଷୀର ଏବଂ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ। ବର୍ତ୍ତମାନ ଫେସ୍ ପ୍ୟାକ ପ୍ରସ୍ତୁତ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ୧୫ ମିନିଟ୍ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଚେହେରା ପୂର୍ବ ଅପେକ୍ଷା ଅଧିକ ଚମକିବ। ଏହି ଫେସ୍ ପ୍ୟାକ ଚର୍ମକୁ ହାଇଡ୍ରେଟ୍ କରିଥାଏ ଦାଗ ଏବଂ ମୃତ ଚର୍ମକୁ ବାହାର କରିଥାଏ। ଅମୃତ ଭଣ୍ଡା ଫେସ ପ୍ୟାକ ଶୀତଦିନେ ମଧ୍ୟ ଆପଣଙ୍କ ଚର୍ମକୁ ଶୁଷ୍କ କରିବ ନାହିଁ।

ଚର୍ମରୁ ଟ୍ୟାନିଂ ହଟାଇବା ପାଇଁ ଅମୃତ ଭଣ୍ଡା ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ସେଥିରେ ଅଳ୍ପ ବୁନ୍ଦା ଅଲିଭ୍ ତେଲ ଏବଂ ଲେମ୍ବୁ ପକାନ୍ତୁ। ଏହା ସହିତ, ଏଥିରେ ଏକ ଚାମଚ ହଳଦୀ ମଧ୍ୟ ମିଶାନ୍ତୁ। ତା’ପରେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଫେସରେ ଲଗାନ୍ତୁ । ଏହି ଫେସ୍ ପ୍ୟାକ୍ ଆପଣଙ୍କ ଟ୍ୟାନିଂକୁ ହଟାଇବ।

ଯଦି ଆପଣଙ୍କ ଘରେ କଦଳୀ ଅଛି, ତେବେ ଏହାକୁ ଅମୃତ ଭଣ୍ଡା ସହିତ ମିଶାନ୍ତୁ। ଉଭୟକୁ ଭଲ ଭାବରେ ମିଶ୍ରଣ କରନ୍ତୁ। ତା’ପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

Comments are closed.