ତାଇୱାନକୁ ପୁଣି ସୁରକ୍ଷା ଦେବ ଆମେରିକା

ୱାଶିଂଟନ୍‌: ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍‌ ଓ ଚୀନ୍‌। ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଅଶାନ୍ତ ପରିସ୍ଥିତି। ତାଇୱାନ୍‌ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରାୟସ ଚଲାଇଛି ଚୀନ୍‌। କେତେବେଳେ ମିସାଇଲ୍‌ ଛାଡୁଛି ତ ଆଉ କେତେବେଳେ ସମାରାଭ୍ୟାସ। ଏଭଳି ବାରମ୍ବାର କରି ତାଇୱାନ୍‌କୁ ଡରାଇବାକୁ ଚେଷ୍ଟା କରୁଛି ଚୀନ୍‌। ଏହାରି ଭିତରେ ଡ୍ରାଗନ୍‌କୁ ଉସ୍‌କାଇଛି ଆମେରିକା। ବେଜିଂ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନର ସୁରକ୍ଷା ପାଇଁ ବଡ ସହାୟତା ଘୋଷଣା କରିଛି ଆମେରିକା।

ଯୁକ୍ତରାଷ୍ଟ୍ର ଆମେରିକା ଶୁକ୍ରବାର ଦିନ ୧.୧ ବିଲିୟନ୍‌ ଡଲାର୍‌ ମୂଲ୍ୟର ଅସ୍ତ୍ରଶସ୍ତ୍ର ତାଇୱାନ୍‌କୁ ଯଗାଇବା ପାଇଁ ଘୋଷଣା କରିଛି। ଚୀନ୍‌ର ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜ୍‌ରେ ରହିଛି ୬୦ଟି ଯୁଦ୍ଧପୋତ ବିରୋଧୀ ଅତ୍ୟାଧୁନିକ ହାର୍ପୁନ୍‌ କ୍ଷେପଣାସ୍ତ୍ର। ଏଥିସହ ୧୦୦ଟି ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର।

ତାଇୱାନ୍‌ ପ୍ରତି ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକ ଉପରେ ନଜର ରଖିବା ପାଇଁ ଉକ୍ତ ପ୍ୟାକେଜ୍‌ରେ ୬୬୫ ବିଲିୟନ୍‌ ଡଲାର୍‌ ମୂଲ୍ୟର ଏକ ‘ଆର୍ଲି ରାଡାର୍‌ ୱାର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌’ ମଧ୍ୟ ରହିଛି। ସେହିପରି, ‌କ୍ଷେପଣାସ୍ତ୍ର ପ୍ୟାକେଜ୍‌ ପାଇଁ ରହିଛି ୩୫୫ ବିଲିୟନ୍‌ ଡଲାର୍‌ ଅର୍ଥରାଶି।

Comments are closed.