ୟୁକ୍ରେନକୁ ସହାୟତାର ହାତ ବଢାଇଲ ଆମେରିକା

ୱାଶିଂଟନ୍‌: ପୁଣିଥରେ ୟୁକ୍ରେନ ସମର୍ଥନରେ ଠିଆ ହୋଇଛି ଆମେରିକା। ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧତ୍ରସ୍ତ ୟୁକ୍ରେନକୁ ସବୁ ପ୍ରକାରର ସହାୟତା ଦେବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କିଙ୍କୁ ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିଶ୍ରୁତି ଦେଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ରୁଷ ଆକ୍ରମଣକୁ ପ୍ରତିରୋଧ ସହ ଜବାବ ଦେବାକୁ ୟୁକ୍ରେନକୁ ସୁରକ୍ଷା, ଆର୍ଥିକ ଏବଂ ମାନବୀୟ ସହାୟତା ପ୍ରଦାନ କରିବ ଆମେରିକା। ସେହିପରି ଆମେରିକା ଏବଂ ସହଯୋଗୀ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ମଧ୍ୟ ଜାରି ରଖିବେ।

ସୋମବାର ୟୁକ୍ରେନର ଏକାଧିକ ସହର ଉପରେ ଆକ୍ରମଣ କରିଥିଲା ରୁଷ। କୁହାଯାଉଛି, ରୁଷ ଉପରେ ୭୫ ଟି ମିସାଇଲ ମାଡ ହୋଇଛି। ଏଥିରେ ୟୁକ୍ରେନର ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିବା ସହ ମସ୍କୋ କ୍ରୁରତାର ସମସ୍ତ ସୀମା ଟପିଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି।

Comments are closed.